ଆଜିଠୁ ପୁଣି ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) । ଭାରତ ଓ ପାକିସ୍ତାନ ମଧ୍ୟରେ ସଂଘର୍ଷ ଏବଂ ତିକ୍ତତା କାରଣରୁ ଅଧାରୁ ବନ୍ଦ କରାଯାଇଥିଲା ଆଇପିଏଲ । ଏପରିକି ଗୋଟିଏ ମ୍ୟାଚ୍ ଚାଲିଥିବା ବେଳେ ଅଧାରୁ ତାହାକୁ ବନ୍ଦ କରାଯାଇଥିଲା । କିନ୍ତୁ ଏବେ ସ୍ଥିତି ଶାନ୍ତ ପଡିଥିବାରୁ ପୁଣି ଆରମ୍ଭ ହେବାକୁ ଯାଉଛି ଆଇପିଏଲ ।ଆଜି ଠାରୁ ଆଇପିଏଲର ବାକିଥିବା ମ୍ୟାଚ୍ ଖେଳାଯିବ । ସନ୍ଧ୍ୟାରେ ବେଙ୍ଗାଲୁରରେ ଖେଳାଯିବ ମ୍ୟାଚ୍ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏବଂ କୋଲକାତା ନାଇଟ୍ ରାଇଡର୍ସ (KKR) ମଧ୍ୟରେ ଖେଳାଯିବ ମୁକାବିଲା । ଭାରତ-ପାକିସ୍ତାନ ସଂଘର୍ଷ ଭିତରେ ବନ୍ଦ ହୋଇଥିଲା ମ୍ୟାଚ୍ । ୮ ତାରିଖରେ ଅଧାରେ ବନ୍ଦ ରହିଥିଲା ପଞ୍ଜାବ-ଦିଲ୍ଲୀ ମ୍ୟାଚ୍ । ଏବେ ପୁଣି ଖେଳାଯିବ ବାକି ମ୍ୟାଚ୍ । ଦେଶର ମୋଟ ୬ଟି ଭେନ୍ୟୁରେ ୧୭ଟି ମୁକାବିଲା ଖେଳାଯିବ । ଜୁନ୍ ୩ ତାରିଖରେ ଖେଳାଯିବ ଫାଇନାଲ ମୁକାବିଲା ।