• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ରାଜଧାନୀରେ ଗଡ଼ିଲା ମୁଣ୍ଡ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"addons":1,"remove":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ସହଦେବ ନାୟକ ହତ୍ୟା ନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ରଙ୍କ ପ୍ରତିକ୍ରିୟା । ଘଟଣାର ତଦନ୍ତ ପାଇଁ ଗଠନ ହୋଇଛି ସ୍ଵତନ୍ତ୍ର ଟିମ୍ । ହତ୍ୟା କାଣ୍ଡ ମୁଖ୍ୟ ଅଭିଯୁକ୍ତ ଦୁଇ ଜଣ ଚିହ୍ନଟ ହୋଇ ସାରିଛନ୍ତି । ତିନି ସନ୍ଦିଗ୍ଧଙ୍କୁ ଅଟକ ରଖି ପୋଲିସର ପଚରାଉଚରା । ହତ୍ୟାକାରୀ କେଦାର ପଲ୍ଲୀ ଅଞ୍ଚଳର ବୋଲି ଜଣା ପଡ଼ିଛି !
ପୂର୍ବରୁ ବ୍ୟକ୍ତିଗତ ରାଗ ଥିଲା, ସେଇ ରାଗ ପାଇଁ ହତ୍ୟା କାଣ୍ଡ ହୋଇଥିବା ନେଇ ଭୁବନେଶ୍ବର ଡିସିପି କହିଛନ୍ତି !
ରାଜରାସ୍ତା ଉପରେ ପଡିଛି ମୁଣ୍ଡବିହୀନ ମୃତଦେହ । ରସୁଲଗଡ ନିକଟ ଓଭର ବ୍ରିଜ୍ ପାଖରେ ପଡିଛି ମୁଣ୍ଡବିହୀନ ମୃତଦେହ । ଶରୀରରେ ରହିଛି ଗଭୀର କ୍ଷତ ଓ ଆଘାତ । ଖଣ୍ଡାରେ ହାଣିଲା ପରି ଗଭୀର କ୍ଷତ ହାତ ଏବଂ ଶରୀରରେ ରହିଛି !
ସକାଳୁ ସକାଳୁ ଏହି ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇଦେଇଛି । ରାସ୍ତା ଉପରେ ମୁଣ୍ଡବିହୀନ ମୃତଦେହ ଦେଖି ଲୋକେ ଆତଙ୍କିତ ହୋଇପଡିଛନ୍ତି । ମୃତ ଯୁବକଙ୍କ ମୁଣ୍ଡକୁ କୌଣସି ଧାରୁଆ ଅସ୍ତ୍ରରେ କଟାଯାଇଥିବା ଭଳି ଲାଗୁଛି । ଘଟଣାସ୍ଥଳରେ ସ୍କୁଟି ଏବଂ ହେଲମେଟ୍ ପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ଛାନଭୀନ କରୁଛି ! ଏବଂ ଅତି ଶୀଘ୍ର ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି !

Leave a Reply

Your email address will not be published. Required fields are marked *