• Tue. Apr 21st, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ରାଜା ଚକ୍ର ସାମ୍ନାକୁ ଆସିଲା ୫୦୦ କୋଟିର ଦୁର୍ନୀତି

Spread the love

ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ଆର୍ଥିକ ଅନିୟମିତତାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାକୁ ରାଜା ଚକ୍ରଙ୍କ କଳା କାରବାରର ପୂରା ଚିଠା ମିଳି ଯାଇଛି ।କେନ୍ଦୁଝର ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ଆର୍ଥିକ ଅନିୟମିତତା ଘଟଣାର ତଦନ୍ତ ଜାରି ରହିଥିବା ସମୟରେ ତଦନ୍ତ ସମୟରେ ସାଙ୍ଘାତିକ ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ଶହେ କୋଟି ନୁହେଁ ବରଂ ୫ ଶହ କୋଟି ଟଙ୍କାର ହେରଫେର ହୋଇଥିବା ସନ୍ଦେହ କରୁଛି କ୍ରାଇମବ୍ରାଞ୍ଚ । ରାଜା ଚକ୍ର ଦ୍ବାରା ପରିଚାଳିତ ହୋଉଥିବା ଟ୍ରାନ୍ସପୋର୍ଟ ଏଜେନସି ଅଧିନରେ ପ୍ରାୟ ୧୪ ଶହ ଗାଡ଼ି ରହିଥିବା ବେଳେ ସେହି ଗାଡ଼ି ଗୁଡ଼ିକର ପଞ୍ଜିକରଣ ସମୟରେ ମାତ୍ର ୧୦ଟି ମୋବାଇଲ ନମ୍ବର ଦିଆ ଯାଇ ଥିବା ଜଣା ପଡିଛି । କେବଳ ସେତିକି ନୁହେଁ ଖଣିଜ ପଦାର୍ଥ ପରିବହନ କରୁଥିବା ଗାଡ଼ିଗୁଡ଼ିକରେ ଡିଜେଲ ପକାଇବା ଆଳରେ ମିଥ୍ୟା ବିଲ କରି ପ୍ରାୟ ୫୦ କୋଟି ଟଙ୍କା ଚଳୁହୋଇଥିବା କଥା ମଧ୍ୟ ସାମ୍ନାକୁ ଆସିଛି ।
ନିଜ ଚକ୍ରବ୍ୟୂହରେ ଫସିଲେ ରାଜା ଚକ୍ର । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ଆର୍ଥିକ ଅନିୟମିତତାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାକୁ ରାଜା ଚକ୍ରଙ୍କ କଳା କାରବାରର ପୂରା ଚିଠା ମିଳି ଯାଇଛି । ରାଜା ଚକ୍ରଙ୍କ ଦ୍ବାରା ପରିଚାଳିତ ଟ୍ରାନ୍ସପୋର୍ଟ ଏଜେନସି ଅଧୀନରେ ପ୍ରାୟ ୧୪ ଶହ ଗାଡ଼ି ରହିଥିବା ଜଣା ପଡିଛି । ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ମାତ୍ର ୧୦ଟି ମୋବାଇଲ ନମ୍ବରକୁ ବ୍ୟବହାର କରି ୧୪ ଶହ ଗାଡ଼ିର ପଞ୍ଜିକରଣ କରାଯାଇଛି । ସେହି ୧୪୦୦ ଗାଡ଼ି ମଧ୍ୟରୁ ରାଜା ଚକ୍ରଙ୍କ ମୋବାଇଲ ନମ୍ବର ବ୍ୟବହାର କରି ୧୩ଟି ଗାଡ଼ି ରହିଥିବା ବେଳେ, ସହଯୋଗୀ ସୁଧାଂଶୁ ଶେଖର ନାୟକଙ୍କ ମୋବାଇଲ ନମ୍ବରରେ ୩୨ଟି ଗାଡ଼ି ପଞ୍ଜୀକୃତ ହୋଇଛି । କେବଳ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ନୁହେଁ ବରଂ ପୂରା କେନ୍ଦୁଝର ଜିଲ୍ଲାର ଖଣିଜ ପଦାର୍ଥର ଲୋଡିଂ ଅନଲୋଡିଂ କାର୍ଯ୍ୟକୁ କ୍ଷମତା ବଳରେ ନିଜ ହାତକୁ ନେଇଥିଲେ ରାଜା ଚକ୍ର ।

Leave a Reply

Your email address will not be published. Required fields are marked *