ଯାଜପୁର ଜିଲ୍ଲା ହରିଦାସପୁର ସ୍ଥିତ ରାମକୋ ସିମେଣ୍ଟ କାରଖାନାରେ ଅଘଟଣ। କଂପାନୀରେ ଲୋଡ଼ିଂ ଚାଲିଥିବା ସମୟରେ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା। ମୃତ୍ୟୁ ପରେ କମ୍ପାନୀ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଏ ସମ୍ପର୍କରେ ଜଣାଇ ନଥିବା ବେଳେ ମୃତଦେହକୁ ଗାଏବ କରିଥିବା ନେଇ ପରିବାର ଲୋକଙ୍କ ଅଭିଯୋଗ। ଏହାକୁ ନେଇ କଂପାନୀ ଫାଟକ ସମ୍ମୁଖରେ ଚାପା ଉତ୍ତେଜନା। ପରିବାର ଲୋକେ ଓ ସ୍ଥାନୀୟ ଗ୍ରାମବାସୀ ଫାଟକ ସମ୍ମୁଖରେ ହୋହାଲ୍ଲା କରିବା ସହ ଧାରଣାରେ ବସିଛନ୍ତି। ଖବର ପାଇ ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ପରିବାର ଲୋକେ ଓ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ମୃତକ ହେଲେ ଜେନାପୁର ଥାନା ଅଧୀନ ଶ୍ୟାମସୁନ୍ଦରପୁର ଅଞ୍ଚଳର ଗୋପୀନାଥ ଦାସଙ୍କ ପୁଅ ମାଧବାନନ୍ଦ ଦାସ ବୋଲି ସୂଚନା ମିଳିଛି,।