• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ରାଜ୍ୟର ପଶ୍ଚିମ ଓ ଦକ୍ଷିଣାଞ୍ଚଳରେ ମାଟି ତଳେ ଖୁନ୍ଦି ହୋଇ ରହିଛି ସୁନା

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଦେବଗଡ଼ ପରେ ସୁନ୍ଦରଗଡ଼, ନବରଙ୍ଗପୁର, କୋରାପୁଟ ଓ ସମ୍ବଲପୁରରେ ବି ମିଳିଲାଣି ସୁନାର ସନ୍ଧାନ । ପୂର୍ବରୁ ଦେବଗଡ଼ ଜିଲ୍ଲାର ଆଡାସ-ରାମପାଲ୍ଲୀ ଅଞ୍ଚଳରେ ମିଳିଥିଲା ସୁନାଖଣି । ଭାରତୀୟ ଭୂ-ବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା ଦ୍ବାରା ତମ୍ବା ପଥର ପାଇଁ ଜି-୨ ସ୍ତରରେ ଅନ୍ଵେଷଣ ବେଳେ ସୁନାପଥରର ସନ୍ଧାନ ମିଳିଥିଲା ।ଏବେ ସୁନ୍ଦରଗଡ, ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାରେ ବି ସୁନା ଖଣି ଥିବା ସୂଚନା ମିଳିଛି । ଏଯାଏଁ ୧୫୦୦ କିଲୋଗ୍ରାମରୁ ଅଧିକ ସୁନାର ସନ୍ଧାନ ମିଳିଥିବା ନେଇ ବିଧାନସଭାରେ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ।କେନ୍ଦୁଝର ଜିଲ୍ଲାର ଗୋପୁର-ଗାଜିପୁର ମାଙ୍କଡଚୁଆଁ, ସଲେଇକଣା, ଡିମିରିମୁଣ୍ଡା ଅଞ୍ଚଳରେ ସୁନାଖଣି ଚିହ୍ନଟ ପାଇଁ ଅନୁସନ୍ଧାନ କାର୍ଯ୍ୟ ଚାଲିଛି । ସେହିପରି ମୟୂରଭଞ୍ଜ ଜିଲ୍ଲାର ଯଶିପୁର, ସୁରିଆଗୁଡା, ରୁଆଁସି, ଇଡେଲକୁଚା, ମାରେଡ଼ିହି, ଧୂସୁରା ପାହାଡ଼ ଓ ବାଦାମ ପାହାଡ଼ ଅଞ୍ଚଳରେ ସୁନାଖଣି ଅନ୍ଵେଷଣ ନିମନ୍ତେ ପ୍ରାରମ୍ଭିକ ଅନୁସନ୍ଧାନ ଜାରି ରହିଥିବା କହିଛନ୍ତି ମନ୍ତ୍ରୀ ।ଗୋଟିଏ ପରେ ଗୋଟିଏ ସୁନା ଖଣିର ସନ୍ଧାନ ମିଳିବା ରାଜ୍ୟ ପାଇଁ ଖୁସି ଖବର । ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପାଇଁ ଏହା ଲାଭଦାୟକ ହେବ । ତେଣୁ ସରକାରୀସ୍ତରରେ ସୁନାଖଣିର ସୁରକ୍ଷା ଏକ ବଡ଼ ପ୍ରସଙ୍ଗ ବୋଲି କୁହାଯାଇପାରେ ।

Leave a Reply

Your email address will not be published. Required fields are marked *