ରାୟଗଡା (ଓଡ଼ିଶ୍ରୀ ଖବର)ଅବକାରୀ ବିଭାଗ ଓ ରେଳବାଇ ପୋଲିସଙ୍କ ସଂଯୁକ୍ତ ଚଢ଼ାଉରେ ୨୩ କିଲୋଗ୍ରାମ୍ ଗଞ୍ଜେଇ ସହିତ ଦୁଇ ଚାଲାଣକାରୀ ଗିରଫ ହୋଇଛନ୍ତି। ଜବଦସ୍ତ କରାଯାଇଥିବା ଗଞ୍ଜେଇର ବଜାର ମୂଲ୍ୟ ଆନୁମାନିକ ଭାବେ ୨ ଲକ୍ଷ ୩୦ ହଜାର ଟଙ୍କା ହେବ ବୋଲି ବିଭାଗ ସୂଚନା ଦେଇଛି।ସକାଳେ ରାୟଗଡା ରେଳବାଇ ଷ୍ଟେସନ ଅଞ୍ଚଳରେ ଅଭିଯୁକ୍ତମାନେ ଟ୍ରେନ୍ ଯୋଗେ ଗଞ୍ଜେଇ ଚୋରାଚାଲାଣ କରିବା ପ୍ରୟାସ କରୁଥିବାବେଳେ ଯାଞ୍ଚକାରୀ ଦଳ ସମଗ୍ରୀଟିକୁ ଜବଦସ୍ତ କରିଥିଲା। ଗିରଫ ହୋଇଥିବା ଦୁଇ ଚାଲାଣକାରୀ ହେଲେ କନ୍ଧମାଳ ଜିଲ୍ଲାର ଚକାପଦ ଅଞ୍ଚଳବାସୀ ନିବେଦିତା ସେଠି ଓ ସୁଭସ୍ମିତା ଦେଉରୀ। ଅଭିଯୁକ୍ତମାନଙ୍କୁ ଆଜି ନ୍ୟାୟାଳୟ ଚାଲାଣ କରାଯିବ ବୋଲି ଅବକାରୀ ବିଭାଗ ଜଣାଇଛି।
ଏହି ଅଭିଯାନରେ ଅବକାରୀ ବିଭାଗର ସଦର ଅଧିକାରୀ ସଞ୍ଜୟ ପ୍ରଧାନ, କମ୍ବୁପାଣି ସିନ୍ଦୁର, ପଙ୍କଜ ନାୟକ ସହ ରେଳବାଇ ପୋଲିସ ସୁରକ୍ଷା ବଳ (ଆରପିଏଫ)ର ଏଏସଆଇ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।