• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ବିଦ୍ୟୁତ ବିଚ୍ଛିନ୍ନତାରେ ମୋବାଇଲ ଲାଇଟ୍‌ରେ ହେଲା ରୋଗୀଚିକିତ୍ସା

ByOdishri Khabar

Aug 24, 2025
Spread the love

ରାୟଗଡା (ଓଡ଼ିଶ୍ରୀ ଖବର) ବିଦ୍ୟୁତ ବିଚ୍ଛିନ୍ନତା ଓ ଜେନେରେଟରର ଅଚଳତା ଯୋଗୁଁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତକାଲି ଘଟିଛି ଅଭାବନୀୟ ଘଟଣା। ଦୀର୍ଘ ୩ ଘଣ୍ଟା ଧରି ରୋଗୀମାନଙ୍କୁ ମୋବାଇଲ ଲାଇଟ୍‌ର ଆଲୋକରେ ଚିକିତ୍ସା କରିବାକୁ ବାଧ୍ୟ ହୋଇଥିଲେ ଡାକ୍ତରମାନେ।TPSODL ପକ୍ଷରୁ ଗତକାଲି ପ୍ରକାଶିତ ସୂଚନା ଅନୁସାରେ, ଆଜି ପ୍ରଭାତି ୯ଟାରୁ ବିକାଶଳି ୧.୩୦ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଚ୍ଛିନ୍ନ କରାଯିବ ବୋଲି ଜଣାଇଥିଲା। କିନ୍ତୁ ସ୍ୱାସ୍ଥ୍ୟ ବିଭାଗର ଅସଚେତନତାର ଫଳରେ ଚିକିତ୍ସାଳୟର ଜେନେରେଟର୍ କାର୍ଯ୍ୟକ୍ଷମ କରାଯାଇ ପାରିନଥିଲା। ଫଳସ୍ୱରୂପ, ଓପିଡି, ସ୍ତ୍ରୀ ଓ ପ୍ରସୂତି ବିଭାଗ, ଭେଷଜ ବିଭାଗ, ରକ୍ତନମୁନା ସଂଗ୍ରହ କେନ୍ଦ୍ରରେ ସମସ୍ତ ଚିକିତ୍ସା ସେବା ବ୍ୟାହତ ହୋଇଥିଲା।
ଲିଫ୍ଟ ସହିତ ଅନେକ ସୁବିଧା ୩ ଘଣ୍ଟା ଧରି ଅଚଳ ହୋଇ ପଡିଥିଲା, ଯାହା ଯୋଗୁଁ ରୋଗୀ ଓ ସହଚରୀମାନେ ଘୋର କଷ୍ଟ ଭୋଗିଥିଲେ। ସେହିପରି, ଚିକିତ୍ସାଳୟ ପ୍ରଶାସନଙ୍କ ଏପରି ଦାୟିତ୍ୱହୀନତା ପ୍ରତି ସାଧାରଣ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଦୀର୍ଘ ପ୍ରୟାସ ପରେ ଜେନେରେଟର୍ ସୁଧାର ହେବା ସହିତ ଚିକିତ୍ସାଳୟରେ ବିଦ୍ୟୁତ୍ ସଂଯୋଗ ପୁନଃସ୍ଥାପିତ ହୋଇଥିଲା। ଏହି ଘଟଣା ସ୍ୱାସ୍ଥ୍ୟ ବିଭାଗର ସଜାଗତା ଓ ପ୍ରସ୍ତୁତି ପ୍ରତି ପ୍ରଶ୍ନ ଉଠାଇଛି।

Leave a Reply

Your email address will not be published. Required fields are marked *