• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଶଙ୍କରପୁରରେ ପାଳିତ ହୋଇଛି ମା’ ମଙ୍ଗଳାଙ୍କ ଜନ୍ମ ବାର୍ଷିକ ଉତ୍ସବ

Spread the love

କଟକ ଶଙ୍କରପୁର ଅଞ୍ଚଳର ଅଧିଷ୍ଠାତ୍ରୀ ଜୟ ମା’ ମଙ୍ଗଳାଙ୍କ ମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇଯାଇଛି ୨୫ତମ ଜନ୍ମ ବାର୍ଷିକ ଉତ୍ସବ। ଗତ ୨୦୦୦ ମସିହାରୁ ଏଠାରେ ପୂଜା ପାଇ ଆସୁଛନ୍ତି ମା’ ମଙ୍ଗଳା। ପ୍ରାତଃ ସମୟରେ ନୀତିକାନ୍ତି ସହ ଅଙ୍କୁରରୋପଣ,ଶୁଭାଧିବାସ,କଳସଯାତ୍ରା ପରେ ଏକ ଦିନାତ୍ମକ ଯଜ୍ଞ କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା। ସନ୍ଧ୍ୟା ସମୟରେ ହଜାର ହଜାର ଭକ୍ତ,ଶ୍ରଦ୍ଧାଳୁଙ୍କ ଭିଡ ମା’ ଙ୍କ ପୀଠରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। ଏହି ଅବସରରେ ମା’ ମଙ୍ଗଳା ମନ୍ଦିର ପରିଚାଳନା କମିଟି ଦ୍ବାରା ଭଜନ ସମାରୋହ ସାଙ୍ଗକୁ କୁନି କୁନି ପିଲାଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା। ଉତ୍ସବ ପରିଚାଳନାରେ ଗ୍ରାମ ଅଧିକାରୀ ସୁରେଶ ଚନ୍ଦ୍ର ବାରିକ,ମହନ୍ତ ଅଭିମନ୍ୟୁ ଖୁଣ୍ଟିଆ,ମାଉସୀ ମା’ ଦାୟିତ୍ଵ ସମ୍ପାଦନ କରୁଥିବା ରଂଜିତ ରାଉତ,ସାହି ମୂରବୀ କୃଷ୍ଣଚନ୍ଦ୍ର ପରିଡ଼ାଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ମଧ୍ୟରେ ନିମାଇଁ ଚରଣ ବିଶ୍ଵାଳ, ଗୋବିନ୍ଦ ବାରିକ,ଚଗୁଲୁ ବେହେରା,ଶଙ୍କର ରାଉତ,ପ୍ରଦୀପ ପ୍ରଧାନ,ଶିବ ପ୍ରସାଦ ରାଉତ,କୈଳାସ ରାଉତ,ରମେଶ ଚନ୍ଦ୍ର ବେହେରା,ଅସୀମ ସଂକେତ ଦାସ ଓ ବୀର ଖୁଣ୍ଟିଆ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *