• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଶାଗୁଆନ ଗଛ ଚୋରି ରେ ଫରେଷ୍ଟର ଙ୍କ ହାତ

ByOdishri Khabar

May 10, 2025
Spread the love

ସୋନପୁର ବ୍ଲକ ମୟୁର ଉଡାଣ ଗ୍ରାମ ପଂଚାୟତ ଅନ୍ତର୍ଗତ କଲ୍ଲାଖମନ ଗ୍ରାମ୍ୟ ଜଙ୍ଗଲ ରେ ବହୁ ପୁରାତନ ମୂଲ୍ୟବାନ ଶାଗୁଆନ ଗଛ କୁ କଟା ଯାଇଥିବା ଅଭିଯୋଗ କରିଛନ୍ତି ଅଞ୍ଚଳ ବାସୀ l ବହୁମୂଲ୍ୟ ଶାଗୁଆନ ଗଛ କାଟିବାରେ ଫରେଷ୍ଟର ଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ l ପିଚୁ ରାସ୍ତା କୁ ଲାଗି ଅନେକ ବର୍ଷ ଧରି ସହ ସହ ମୂଲ୍ୟବାନ ଗଛ କଟାଯାଇଛି ମାତ୍ର ଏନେଇ ରେଞ୍ଜର ସୁବାସ ମହାପାତ୍ର ଙ୍କୁ ଯୋଗାଯୋଗ କରିବା ପରେ ତିନି ଗୋଟି ଗଛ କଟା ହୋଇଥିବା ଏବଂ ତାହା ସିଜ କରା ହୋଇଥିବା କହିଛନ୍ତି । ଓ ଉକ୍ତ ଶାଗୁଆନ ଅଛ ଫରେଷ୍ଟ ରେଞ୍ଜ ଆସୁନାହିଁ ମାତ୍ର ସରକାରୀ ଖାତା ରେ ଆସୁଥିବାରୁ କେସ ନମ୍ବର UD NO 5/25 ଫରେଷ୍ଟ ନିୟମାବଳି ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି । ବହୁତ ଶୀଘ୍ର ଯେଉଁ ମାନେ ଗଛ କାଟିଛନ୍ତି ଆସାମୀ ମାନଙ୍କୁ ଆଇନ ଅନୁଯାୟୀ ଦଣ୍ଡ ଦିଆଯିବ କହିଛନ୍ତି ଶ୍ରୀ ମହାପାତ୍ର।କିଛି ଗାଁ ଲୋକ ଏଥିରେ ସମ୍ପୃକ୍ତ ଥିବା ସହିତ ମିଛ ଆରୋପ ଲଗାଇ ଫରେଷ୍ଟ ବିଭାଗ ଓ ଫରେଷ୍ଟର ଙ୍କୁ ବଦନାମ କରୁଥିବା କହିଛନ୍ତି ରେଞ୍ଜର।ବନଖଣ୍ଡ ସୁରକ୍ଷା ପାଇଁ ରାତିରେ ଜଗିବା ପାଇଁ ବନ ସୁରକ୍ଷା ସମିତି ଗୃହ, କର୍ଲl ଖମନ ଅଫିସ ଠାରେ ତିନି ଜଣ ଫରେଷ୍ଟ ଷ୍ଟାଫ୍ ପ୍ରତିଦିନ ରାତି ଜଙ୍ଗଲ ଜଗୁଥିବା କହି ଗଣ ମାଧ୍ୟମ ସମ୍ମୁଖ ରେ ପ୍ରତିକ୍ରିୟା ରଖିଛନ୍ତି ରେଞ୍ଜର ଶ୍ରୀ ମହାପାତ୍ର।

Leave a Reply

Your email address will not be published. Required fields are marked *