କଟକ ଜିଲ୍ଲା,ଗୋବିନ୍ଦପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ମୌଜାର ଶ୍ରୀ ଶ୍ରୀ ବଟବିହାରୀ ଙ୍କ ନିକଟରେ ପାଞ୍ଚ ମହାପୁରୁଷଙ୍କ ଆବିଭାର୍ବ ହେବାରୁ ଏଠାରେ ବିଗତ 127 ବର୍ଷ ହେଲା ପ୍ରତି ବୈଶାଖ ମାସ ଅକ୍ଷୟ ତୃତୀୟା ଦିବସ ଠାରୁ ସାତ ଦିନ ବ୍ୟାପି ପୂର୍ଣ୍ଣାହୁତି ସହ,ନାମଯଂଜ୍ଞ,ପ୍ରବଚନ, ବହୁ ସାଧୁ ସନ୍ଥଙ୍କ ସମାଗମ,ଭାଗବତ ଚର୍ଚ୍ଚା ଓ ମହୋତ୍ସବ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି,ଏହି ମଠର କିମ୍ବଦନ୍ତୀ ଅନେକ ଅଛି, ଯେ କୌଣସି ମାନସିକଧାରୀ ଭକ୍ତ ଏଠାରେ ମାନସିକ ରଖିଥାଏ ତାହା ନିଶ୍ଚିତ ପୂରଣ ହୋଇଥାଏ,ଆଖ ପାଖ ଅଞ୍ଚଳର ବିଭିନ୍ନ ଦୋଳମାନ ସୁସଜ୍ଜିତ ରୋଷଣୀ କରି ଏଠାରେ ପହଂଚିଥାନ୍ତି,ଏଠାରେ ପ୍ରତ୍ୟେକ ବର୍ଷ ପରି ପାଖାପାଖି ଅଞ୍ଚଳର ପ୍ରାୟ ପାଞ୍ଚ ହଜାର ରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା,ସବୁ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ ଅନୁଷ୍ଠାନ ତରଫରୁ କରାଯାଇଥିଲା, ଏଠାରେ ମୀନାବଜାର ରେ କିଣାବିକା ପାଇଁ ଲୋକଙ୍କ ଗହଳି ପ୍ରବଳ ଲାଗିରହିଥିଲା,ଜଗନ୍ନାଥପୁର ଗ୍ରାମବାସୀଙ୍କ ସହଯୋଗରେ ଯଂଜ୍ଞ କାର୍ଯ୍ୟଟି ସଫଳ ହୋଇଥିଲା,କଟକ ଜିଲ୍ଲା, ବାରଙ୍ଗ ବ୍ଲକ ରୁ ପ୍ରକାଶ କୁମାର ଭୋଇ ||