• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ସବୁବେଳେ ଖରାପ ଲୋକ ସହ କାହିଁକି ହୋଇଥାଏ ଭଲ

Spread the love

ପୃଥିବୀରେ ଅନେକ କୋଳ ବସବାସ କରନ୍ତି । ସମସ୍ତ ମନୁଷ୍ୟଙ୍କ ପାଖରେ କିଛି ଖରାପ ଆଉ କିଛି ଭଲ ଗୁଣ ରହିଥାଏ । କିଛି ଲୋକ ନିଜ କର୍ମକୁ ନେଇ ବହୁତ ଗର୍ବ କରିଥାନ୍ତି । ସବୁ ସମୟରେ ଭଲ ଲୋକଙ୍କ ସହ ଖରାପ ହୋଇଥାଏ । ଯେଉଁ ବ୍ୟକ୍ତି ସବୁବେଳେ ସତ୍ଯରେ ଥାଏ ,କେବେ କାହାର ଖରାପ ଚିନ୍ତା କରି ନଥାଏ ,ସମସ୍ତଙ୍କର ମଙ୍ଗଳ ଚାହିଁଥାଏ ସେହି ଲୋକଙ୍କରହିଁ ସବୁବେଳେ ଖରାପ ହୋଇଥାଏ ।କିଛି ନା କିଛି ସମସ୍ଯା ଆସିଥାଏ । ଏତେବଡ ଦୁନିଆରେ ଏପରି ଲୋକ ଅଛନ୍ତି ନିଜ ସ୍ଵାର୍ଥ ପାଇଁ ସବୁ କାର୍ଯ୍ୟ କରିଥାନ୍ତି । ବେବେହେଲେ ଅନ୍ୟର ଖୁସିକୁ ସାହି ପାରନ୍ତି ନାହିଁ । ସବୁବେଳେ ଚାହାଁନ୍ତି ଅନ୍ୟକୁ କଷ୍ଟ ଦେବା । ଆଜି ଆସନ୍ତୁ ଜାଣିବା କଣ ପାଇଁ ଭଲ ଲୋକଙ୍କର ସବୁବେଳେ ଖରାପ ହୋଇଥାଏ । ନିଜ କର୍ମକୁ ନେଇ ଫଳ ପ୍ରାପ୍ତି ହୋଇଥାଏ । ଯେତେବି ଖରାପ କାମ କରିଥାଅ ଦିନେ ନା ଦିନେ ସେହି ଖରାପର ଫଳ ନିଶ୍ଚୟ ମିଳିଥାଏ । ଦିନେ ଅର୍ଜୁନ ଶ୍ରୀ କୃଷ୍ଣଙ୍କ ପାଖକୁ ଯାଇ ପଚାରିଲେ ମୋ ମନରେ କିଛି ପ୍ରଶ୍ନ ରହିଛି ଯାହା ଖାଲି ଆପଣ କହିପାରିବେ । ଶ୍ରୀ କୃଷ୍ଣ କହିଲେ କୁହନ୍ତୁ ଯାହା ଆପଣଙ୍କ ମନରେ ପ୍ରଶ୍ନ ରହିଛି ତାହାର ଉତ୍ତର କହିବି ।ଅର୍ଜୁନ କହିଲେ ସବୁବେଳେ ଖରାପ ଲୋକଙ୍କର କାହିଁକି ଭଲ ହୋଇଥାଏ । ଶ୍ରୀ କୃଷ୍ଣ କହିଲେ ଭଲ କାମ କର କି ଖରାପ ସବୁ ନିଜ କର୍ମର ଫଳହିଁ ମିଳିଥାଏ । ଶ୍ରୀ କୃଷ୍ଣ ଏକ କାହାଣୀ ଦ୍ଵାରା ଅର୍ଜୁନଙ୍କୁ ବୁଝାଇଲେ । ଗୋଟିଏ ଗାଁ ରେ ଦୁଇଟି ପୁରୁଷ ରହୁଥିଲେ । ତାଙ୍କ ଦୁଇଜଣ ମଧ୍ୟରୁ ଜଣେ ବ୍ୟାପାର କରୁଥିଲା ଓ ଭଗବାନଙ୍କୁ ବହୁତ ସ୍ମରଣ କରୁଥିଲା । ସବୁବେଳେ ଭଗବାନଙ୍କ ମନ୍ଦିର ଯାଉଥିଲା । ଦ୍ଵିତୀୟ ପୁରୁଷଟି ମନ୍ଦିର ଯାଉଥିଲା କିନ୍ତୁ ତାର ଉଦ୍ଦେଶ୍ୟ ଥିଲା ଚୋରି କରିବା ।ଦିନେ ବହୁତ ବର୍ଷା ହେଉଥିବା ସମୟରେ ମନ୍ଦିରର କୌଣସି ଲୋକ ନଥିବା ସମୟରେ ମନ୍ଦିରରୁ ସବୁ ଜିନିଷ ଚୋରି କରିବାକୁ ଗଲା । ଠିକ କିଛି ସମୟ ପରେ ଭଲ ବ୍ୟକ୍ତିଟି ଭଗବନଙ୍କ ଦର୍ଶନ ପାଇଁ ମନ୍ଦିରକୁ ଗଲା । ମନ୍ଦିର ପୂଜାରୀ ଭାବିଲେ ଏହି ଭଲ ବ୍ୟକ୍ତିଟି ଚୋରୀ କରିଛି ବୋଲି । ସମସ୍ତେ ସେହି ଭଲ ବ୍ୟକ୍ତିକୁ ଚୋର ଭାବି ବହୁତ ଖରାପ କଥା କହିଲେ ଓ ବହୁତ ଅପମାନ ମଧ୍ୟ ଦେଲେ । ସେହି ଭଲ ବ୍ୟକ୍ତିଟି ବହୁତ ରାଗିଗଲା ଓ ଘରକୁ ଯାଇ ଘରେ ଥିବା ସବୁ ଠାକୁରଙ୍କୁ ବାହାରକୁ ଫୋପାଡି ଦେଲା ।ଚୋରି କରିଥିବା ବ୍ୟକ୍ତିଟି ଚୋରୀ କରିଥିବା ଜିନିଷକୁ ନେଇ ବହୁତ ଖୁସି ହୋଇଗଲା । କିନ୍ତୁ କୌଣସି କାରଣରୁ ଦୁଇଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଗଲା । ଯମରାଜଙ୍କ ପାଖରେ ସେହି ଭଲ ବ୍ୟକ୍ତି କହିଲା ମୁଁ ସବୁବେଳେ ଭଲ କାମ କରେ ସମସ୍ତଙ୍କ ମଙ୍ଗଳ ଚାହେଁ । କିନ୍ତୁ ମୋ ସହ ଏପରି ଅପମାନ ଓ ଅଧର୍ମ କାହିଁକି ହେଲା । ସେ ପାପୀକୁ ବହୁତ ଖୁସି ,ଧନ ମିଳିଲା । ଏହା ଶୁଣି ଯମରାଜ କହିଲେ ଯେଉଁ ଦିନ ତୋର ଦୁର୍ଘଟଣା ହୋଇଥିଲା ସେହିଦିନ ତାର ଶେଷ ଦିନ ଥିଲା କିନ୍ତୁ ଭଲ କାମ କରିବା ହେତୁ ତୁ ବଞ୍ଚି ଯାଇଥିଲୁ । କିନ୍ତୁ ଅଧର୍ମ କରୁଥିବା ବ୍ୟକ୍ତି ଏତେସବୁ ଚୋରୀ କରିଥିଲେ ମଧ୍ୟ ନିଜ ଅଧର୍ମର କାରଣରୁ ବହୁତ କମ ଧନରେ ପରିବର୍ତ୍ତନ ହୋଇଗଲା । ତେଣୁ ଭଲ କର୍ମର ଫଳ ଭଲ ହିଁ ହୋଇଥାଏ ।

Leave a Reply

Your email address will not be published. Required fields are marked *