ଓଡିଆଙ୍କ ପ୍ରିୟ ଖାଦ୍ୟ ପଖାଳକୁ ନେଇ ୨୦୧୧ ମସିହା ମାର୍ଚ୍ଚ ୨୦ତାରିଖକୁ ବିଶ୍ବ ପଖାଳ ଦିବସ ଭାବେ ପାଳନ କରାଯାଉଛି। ଏହି ଉପଲକ୍ଷେ ଟାଙ୍ଗୀ-ସାଲେପୁର ନିର୍ବାଚନମଣ୍ଡଳୀର ବିଜେପି ନେତା ହିମାଂଶୁ କୁମାର ମହାନ୍ତିଙ୍କ ପକ୍ଷରୁ ମଧ୍ୟ ବିଶ୍ବ ପଖାଳ ଦିବସ ଚମ୍ପତି ପଞ୍ଚାୟତ ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଟାଙ୍ଗୀ-ସାଲେପୁର ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତର ୧ହଜାରରୁ ଉର୍ଦ୍ଧ୍ବ କର୍ମୀ,ଶୁଭେଚ୍ଛୁ ପଖାଳ ଦିବସ ପାଳନ କରିବା ସହିତ ପଖାଳର ଐତିହ୍ୟ ଉପରେ ବକ୍ତବ୍ୟ ରଖିଥିଲେ। ପଖାଳ ଓଡିଆଙ୍କ ପାଇଁ କେବଳ ଖାଦ୍ୟ ନୁହେଁ,ବରଂ ଏହା ପ୍ରତିଟି ପ୍ରାଣର ଜୀବନ ବୋଲି କହିଛନ୍ତି ବିଜେପି ନେତା ହିମାଂଶୁ କୁମାର ମହାନ୍ତି।