• Sat. Apr 18th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ରମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ଦାୟିତ୍ଵ ହସ୍ତାନ୍ତର

ByOdishri Khabar

May 28, 2025
Spread the love

ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ଲାଠିକଟା ବ୍ଲକର ବାସିନ୍ଦା ତଥା ଭାଜପା ଦଳୀୟ କାର୍ଯ୍ୟକର୍ତ୍ତା ସମେତ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଓ ତିନିଥର ଜିଲ୍ଲା ଉପସଭାପତି ରହି ସୂଚାରୁରୂପେ ନିଜର ଦାୟିତ୍ଵ ଓ କର୍ତ୍ତବ୍ୟ ନିର୍ବାହନ କରି ଆସୁଥିବା ଯୁବକ ସଞ୍ଜୀତ ସାହୁଙ୍କୁ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଲାଠିକଟା ବ୍ଲକରେ ତାଙ୍କର ପ୍ରତିନିଧି ଭାବେ ଶ୍ରୀ ସାହୁଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଥିବା ଜଣାପଡିଛି । ଏହି ଖବର ପ୍ରସାରିତ ହେବା ପରେ ଭାଜପା ଦଳୀୟ କର୍ମୀ ଓ ଯୁବଗୋଷ୍ଠୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ସଞ୍ଜୀତ ସାହୁ ଦାୟିତ୍ଵ ଗ୍ରହଣ କରିବା ପରେ ନିଷ୍ଠା ଓ ଆତ୍ମୀୟତାର ସହିତ ନିଜର କର୍ତ୍ତବ୍ୟ ଉଚିତ ଭାବରେ ସମ୍ପାଦନ କରିବା ସହ ଦଳର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିବେ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି ।
ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *