• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ସୁବର୍ଣ୍ଣ ଲୋକ ମହୋତ୍ସବ ର ତୃତୀୟ ଦିବସ

{"remix_data":[],"remix_entry_point":"challenges","source_tags":["default"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"addons":1,"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ସୁବର୍ଣ୍ଣପୁର ଜିଲ୍ଲା କଳା ସଂସ୍କୃତି ଓ ପର୍ଯ୍ୟଟନର ପ୍ରାଣ କେନ୍ଦ୍ର । ଆମ ଜିଲ୍ଲାର ସୁବର୍ଣ୍ଣ ଲୋକ ମହୋତ୍ସବ ଖୁବ୍ ନିଆରା ବୋଲି ଅତିଥିମାନେ ମତବ୍ୟକ୍ତ କରି ଲୋକମହୋତ୍ସବ ଜିଲ୍ଲାର ସାମଗ୍ରିକ ପ୍ରଗତିର ଏକ ବଳିଷ୍ଠ ମାଧ୍ୟମ ବୋଲି ସୁବର୍ଣ୍ଣ ଲୋକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାର ତୃତୀୟ ସନ୍ଧ୍ୟା କାର୍ଯ୍ୟକ୍ରମରେ ଯୋଗଦାନ କରି ନିଜ ନିଜର ସାଂସ୍କୃତିକ ଅଭିଭାଷଣରେ କହିଛନ୍ତି । ମହୋତ୍ସବର ତୃତୀୟ ଦିବସରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମାଝୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଲୋକ ମହୋତ୍ସବର ପଲ୍ଲୀଶ୍ରୀ ମେଳା,ଜିଲ୍ଲା ଉନ୍ନୟନ ମେଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ତୃତୀୟ ଦିବସରେ ଶ୍ରୀମତୀ ସୁପାର ଠେଲା, ଅଧ୍ଯକ୍ଷା, ଜିଲ୍ଲାପରିଷଦ, ସୁବର୍ଣ୍ଣପୁର
ଶ୍ରୀମତୀ ତାମସୀ ତାମସ୍ମିତା ନାୟକ, ଅଧ୍ଯକ୍ଷା, ପୌରପରିଷଦ, ସୋନପୁର ଶ୍ରୀଯୁକ୍ତ ପ୍ରହଲ୍ଲାଦ ନାୟକ, ଅଧ୍ଯକ୍ଷ, ପଞ୍ଚାୟତ ସମିତି, ସୋନପୁର ଶ୍ରୀମତୀ ଦିପ୍ତିରେଖା ନନ୍ଦ, ଅଧ୍ଯକ୍ଷା, ପଞ୍ଚାୟତ ସମିତି ବିନିକା,ଶ୍ରୀମତୀ ଶାନ୍ତିଲତା ମିଶ୍ର, ଅଧ୍ଯକ୍ଷା ପଞ୍ଚାୟତ ସମିତି ଉଲୁଣ୍ଡା,
ଶ୍ରୀମତୀ ଅହଲ୍ୟା ସାହୁ , ଅଧ୍ଯକ୍ଷା, ପଞ୍ଚାୟତ ସମିତି ଡୁଙ୍ଗୁରିପାଲି ,
ଶ୍ରୀଯୁକ୍ତ ସରୋଜ କୁମାର କମ୍ପ , ଅଧ୍ଯକ୍ଷ ପଞ୍ଚାୟତ ସମିତି ତରଭା, ଶ୍ରୀ ନାରାୟଣ ଲୁହା , ଉପାଧ୍ଯକ୍ଷ ପଞ୍ଚାୟତ ସମିତି ବୀରମହାରାଜପୁର, ପ୍ରମୁଖ ଯୋଗ ଦେଇଥିଲେ। କଳାକାର ପ୍ରଦ୍ୟୁମ୍ନ କୁମାର ସାହୁ ସଭା ସଂଯୋଜନା କରିଥିବା ବେଳେ ଅଧ୍ୟାପକ ସୌରଭ ରଞ୍ଜନ ଖମାରି ଧନ୍ୟବାଦ୍ ଅର୍ପଣ କରିଥିଲେ। ଆଜି ସାଂସ୍କୃତିକ କାର୍ଯ୍ୟକ୍ରମରେବିଭିନ୍ନ ନୃତ୍ୟ ପରିବେଷଣ ହୋଇଛି..

Leave a Reply

Your email address will not be published. Required fields are marked *