• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ସୋର ତହସିଲ ପକ୍ଷରୁ ଚଢ଼ାଉ ୫ ବାଲିଗାଡି ଜବତ

ByOdishri Khabar

Jun 13, 2025
Spread the love

ବାଲେଶ୍ବର ଜିଲ୍ଲା ସୋର ପୁଣି ଆକ୍ସନ ମୋଡ଼ରେ ସୋର ତହସିଲଦାର ଦୈତାରି ମଳିକ। କିଛିଦିନ ପୂର୍ବରୁ ୧୯ ଟି ବେଆଇନ ବାଲିଗାଡି ଜବତ କରି ଚର୍ଚ୍ଚାରେ ଥିବା ବେଳେ ଆଜି ସକାଳେ ସୋର ମାଟିଆ ପଲା ଛକ ନିକଟରୁ ୩ ଟି ଓ ଜଗନ୍ନାଥ ଢାବା ନିକଟରୁ ୨ ଟି ମୋଟ ୫ଟି ବେଆଇନ ବାଲି ବୋଝେଇ ଗାଡି ଜବତ କରିଛନ୍ତି। ଯାହାକୁ ନେଇ ବାଲିମାଫିଆଙ୍କ ମନରେ ଭୟର ବାତାବରଣ ଦେଖାଦେଇଛି। ଆଜି ଭୋର ସମୟରେ ସୋର ତହସିଲଦାର ଦୈତାରି ମଳିକ ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଆସୁଥିବା ବାଲି ଗାଡ଼ିଗୁଡିକର କାଗଜପତ୍ର ଯାଞ୍ଚ କରିଥିଲେ। ଏହି ସମୟରେ ୫ଟି ବାଲି ଗାଡି ବେଆଇନ ଭାବେ ବାଲି ଚାଲାଣ କରୁଥିବାରୁ ଗାଡ଼ିଗୁଡିକୁ ଜବତ କରାଯାଇଥିଲା। ଜବତ ଗାଡିକୁ ସୋର ତହସିଲ ରଖାଯାଇଥିବା ବେଳେ ଖଣି ବିଭାଗକୁ ହସ୍ତାନ୍ତର କରାଯାଇଛି। ଜବତ ଗାଡି ଗୁଡିକରୁ ଫାଇନ ଆଦାୟ ପରେ ଛଡା ଯିବ ବୋଲି ଖଣି ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *