କଣ୍ଟାପଡା ବ୍ଲକ ଗୋବିନ୍ଦପୁର ପଂଚାୟତ ଗୋପାଳପୁର ଗ୍ରାମରେ ମହାବୀର ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି,ଏଥିପାଇଁ ତିନିଦିନ ଧରି ଗ୍ରାମରେ ଭକ୍ତିମୟ ପରିବେଶ ସୁଷ୍ଟି ହୋଇଥିଲା,27 ତାରିଖ ସନ୍ଧ୍ୟାରେ ଅଙ୍କୁରାରୋପଣ, କଳସ ଶୋଭାଯାତ୍ରା,ଦିଅଁ ଗର୍ଭ ଧାରଣ କରାଯାଇଥିଲା,ବୁଧବାର ଦିନ ସୂଯ୍ୟ ପୂଜା,ଯଂଜ୍ଞ କର୍ମ,ଦେବତା ମହାସ୍ନାନ ଏବଂ ସନ୍ଧ୍ୟା ସମୟରେ ସାଂସ୍କୁତିକ କାର୍ଯ୍ୟକ୍ରମରେ ପ୍ରବଚକ ଅନିଲ ମହାରାଜ ଙ୍କ ଦ୍ୱାରା ପ୍ରବଚନ ଅନୁଷ୍ଠିତ ହୋଇଥିଲା,ପୁରୀ ଶ୍ରୀମନ୍ଦିର ରୁ ଆଂଜ୍ଞାମାଳ ଆସିବା ପରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା,ଗୁରୁବାର ଦିନ ଗୋପୂଜା,ବିଗ୍ରହ ପ୍ରାଣ ପ୍ରତିଷ୍ଠା,ବିଗ୍ରହ ଗ୍ରାମ ପରିକ୍ରମା,ଷୋଡଶ ଉପଚାର ପୂଜା ଏବଂ ସନ୍ଧ୍ୟାରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଶେଷ ହୋଇଥିଲା,ଏହି ସମୟରେ ସହଶ୍ରାଧିକ ଭକ୍ତଙ୍କ ଭିଡ଼ ଜମିଥିଲା,ଭକ୍ତ ମାନଙ୍କ ପାଇଁ ଗୋପାଳପୁର ଗ୍ରାମର ଗ୍ରାମବାସୀ ଙ୍କ ଦ୍ୱାରା ପ୍ରସାଦ ସେବନ ର ଆୟୋଜନ କରାଯାଇଥିଲା,ଶେଷ ସନ୍ଧ୍ୟା ରେ କୁନି କୁନି ଶିଶୁଙ୍କ ଦ୍ୱାରା ଭକ୍ତିଭାବ ନୂତ୍ୟ ପରିବେଶଣ କରାଯାଇଥିଲା,ସ୍ଥାନୀୟ ଜନପ୍ରତିନିଧି ଙ୍କ ସହିତ ବହୁ ସମାଜସେବୀ ଏବଂ ବୃଦ୍ଧିଜୀବି ମାନେ ଯୋଗଦେଇ ପ୍ରଭୁକୃପା ଲାଭ କରିଥିଲେ,କଟକ ଜିଲ୍ଲା,ବାରଙ୍ଗ ବ୍ଲକ ରୁ ପ୍ରକାଶ କୁମାର ଭୋଇ.