• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ସାହୁ ଭାଉଜ ଙ୍କୁ ଖଣ୍ଡଗିରି ମନ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"remove":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ରାଣୀ ପଣ୍ଡାଙ୍କ ପରେ ଏବେ ନିଶା ମହାରଣା, ସାହୁ ଭାଉଜ ଏବଂ ରାଣୀ ପ୍ରିୟଦର୍ଶିନୀ ।ଖଣ୍ଡଗିରିକୁ ଏହି ୩ ଜଣ ଆଇଟମ୍‌ ଡ୍ୟାନ୍ସରଙ୍କୁ ବ୍ୟାନ୍ । ଯାତ୍ରା କମିଟି ପକ୍ଷରୁ ଏ ନେଇ ନିଷ୍ପତ୍ତି ନିଆଯାଇଛି । ଏ ବର୍ଷ ଖଣ୍ଡଗିରିରେ ନାଚି ପାରିବେ ନାହିଁ ଆଇଟମ୍‌ ଡ୍ୟାନ୍ସର ନିଶା ମହାରଣା, ଭାଗ୍ୟଶ୍ରୀ ସାହୁ ଓରଫ ସାହୁ ଭାଉଜ ଏବଂ ରାଣୀ ପ୍ରିୟଦର୍ଶିନୀ ।ବାହାର ଆଇଟମ ଡ୍ୟାନ୍ସରଙ୍କୁ ଏଥର ଖଣ୍ଡଗିରି ମନା ।ଯାତ୍ରା କମିଟି ଏହି ନିଷ୍ପତ୍ତି ନେଇଛି। ମଙ୍ଗଳବାର ଖଣ୍ଡଗିରି ଥାନାରେ ପୋଲିସ ସହିତ ବୈଠକ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ।ବାହାର ଆଇଟମ୍ ଡ୍ୟାନ୍ସରଙ୍କୁ ଖଣ୍ଡଗିରି ମନା ନେଇ ଥାନା ପକ୍ଷରୁ ମଧ୍ୟ ଯାତ୍ରା କମିଟିକୁ ସିଧା ସିଧା ଜଣାଇ ଦିଆଯାଇଛି ।ଆସନ୍ତା ଫେବ୍ରୁଆରୀ ୬ ତାରିଖରୁ ୧୭ ତାରିଖ ଯାଏ ଚାଲିବ ଖଣ୍ଡଗିରି ମେଳା । ଆଉ ଅନେକ ଯାତ୍ରା ପାର୍ଟି ନାଟକ ପରିବେଶଣ କରିବେ ।ପାଖାପାଖି ୧୩ରୁ ୧୪ଟି ଅପେରା ପାର୍ଟି ପଡିବ । କିନ୍ତୁ ନିଶା ମହାରଣା, ସାହୁ ଭାଉଜ ଏବଂ ରାଣୀ ପ୍ରିୟଦର୍ଶିନୀଙ୍କୁ ଖଣ୍ଡଗିରିରେ ପୂରାଇ ଦିଆଯିବ ନାହିଁ ।ସୂଚନା ଅନୁସାରେ , କିଛି ବର୍ଷ ପୂର୍ବରୁ ଆଇଟମ୍‌ ଡ୍ୟାନ୍ସର ତଥା ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଅଶ୍ଳିଳ ନୃତ୍ୟ ପ୍ରଦର୍ଶନ କରିବା ଏବଂ ଦର୍ଶକଙ୍କ କାନ କାମୁଡିବା ଭଳି ମାମଲା ସାରା ଓଡ଼ିଶାର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା ।ଆଉ ତୁରନ୍ତ ରାଣୀ ପଣ୍ଡାଙ୍କୁ ଖଣ୍ଡଗିରିକୁ ବ୍ୟାନ୍ କରାଯାଇଥିଲା । ଗତ କିଛି ବର୍ଷ ଧରି ରାଣୀ ପଣ୍ଡାଙ୍କୁ ଖଣ୍ଡଗିରିରେ ପଶିବା ପାଇଁ ବି ଅନୁମତି ମିଳିନଥିଲା ।ଏପରିକି ତାଙ୍କ ନାଁ ରେ ଯାତ୍ରା ମଧ୍ୟ ତିଆରି ହୋଇଥିଲା । ଯାହାର ନାଁ ଥିଲା “ରାଣୀ ପଣ୍ଡାଙ୍କୁ ଖଣ୍ଡଗିରି ମନା” ।ଅବଶ୍ୟ ଗତ ୨ ବର୍ଷ ହେଲା ରାଣୀ ପଣ୍ଡା ଖଣ୍ଡଗିରିପରେ ଯାତ୍ରା ପରିବେଶଣ କରୁଛନ୍ତି । ଆଉ ଏଥର ଆଇଟମ୍ ଡ୍ୟାନ୍ସର ଭାବେ ନୁହେଁ ବରଂ ଜଣେ ଅଭିନେତ୍ରୀ ଭାବେ ଯାତ୍ରାରେ ନଜର ଆସୁଛନ୍ତି ।ଏବେ ଏହି ୩ ଜଣ ଆଇଟମ୍ ଡ୍ୟାନ୍ସରଙ୍କୁ ଖଣ୍ଡଗିରିରୁ ବ୍ୟାନ୍ କରାଯିବା ପରେ ଅପେରା ପାର୍ଟିଙ୍କ ବ୍ୟବସାୟ ଘାଟା ହେବ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *