ଦୁଃଖୀ ଦରିଦ୍ର ଙ୍କ ମନ କୁ ଚିହ୍ନି ପାରୁଥିବା ସେହି ଗରିବ ନିରୀହ ର ସାଥି, ଅସହାୟ ର ବନ୍ଧୁ, ଗରିବ ଲୋକ ର ସାହାରା କହିଲେ ସମସ୍ତେ ସଞ୍ଜୟ ଭାଇ ଙ୍କୁ ଜାଣନ୍ତି। ବିଛଣା ଛାଡ଼ିବା ଠାରୁ ଆରମ୍ଭ କରି ବିଛଣା କୁ ଯିବା ପର୍ଯ୍ୟନ୍ତ ଯିଏ ପ୍ରତି ମୁହୂର୍ତ୍ତ ରେ ଗରିବ ଙ୍କ କଥା ଭାବୁ ଥାଏ ସେ ହେଉଛନ୍ତି ସମାଜ ସେବୀ ସଞ୍ଜୟ ଭାଇ। ଭୋକିଲା ଲୋକଙ୍କୁ ମୁଠାଏ ଖାଇବା ଦେବା, କେତେବେଳେ ରୋଗୀ ମାନଙ୍କୁ ଅଟୋ ଭଡା କରି ମେଡିକାଲ ରେ ପହଂଚାଇବା ଏଭଳି ସମାଜ ର ସେବାରେ ନିଜକୁ ନିୟୋଜିତ କରିଥାନ୍ତି ଆମ ସଞ୍ଜୟ ଭାଇ। ହଁ ଆଜ୍ଞା ଆମେ କହୁଛୁ ଅନଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଷୋଳପଦା ଅଞ୍ଚଳ ର କଥା। ବର୍ତ୍ତମାନ ଶୀତ ର ପ୍ରକୋପ ଜୋର ଥିବା ବେଳେ ଭିନ୍ନକ୍ଷମ, ଅସହାୟ, ଗରିବ ନିରୀହ ଙ୍କୁ ଷୋଳ ପଦା ଅଞ୍ଚଳ ର ବିଭିନ୍ନ ସ୍ଥାନ ରେ ବୁଲି କମ୍ବଳ ବଣ୍ଟନ କରିଛନ୍ତି।