• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଏହି ସ୍ଥାନରେ ତୁଳସୀ ସହ ଘୁଷୁରି ମାଂସ ଭୋଗ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1,"remove":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ସଂସ୍କୃତି ଓ ଐତିହ୍ୟ ସମ୍ପୂର୍ଣ୍ଣ ରାଜ୍ୟ ହେଉଛି ଓଡ଼ିଶା। ଅନେକ ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳୀରେ ମଧ୍ୟ ରହିଛି ରାଜ୍ୟରେ। ସେହିଭଳି ଏକ ଐତିହ୍ୟ ପର୍ଯ୍ୟଟନ ସ୍ଥଳୀ ହେଉଛି କୋଣାର୍କ ନିକଟସ୍ଥ ପ୍ରାଚୀନ ତନ୍ତ୍ରପୀଠ ଅନନ୍ତ ଅବଧୂତ ମଠ। ରାଜଧାନୀ ଭୁବନେଶ୍ୱରରୁ ଏହା ୬୫ କିଲୋମିଟର ଦୂରରେ ଅବସ୍ଥିତ। ବିଶ୍ୱପ୍ରସିନ୍ଧ ଅର୍କକ୍ଷେତ୍ର କୋଣାର୍କ ସୂର୍ଯ୍ୟ ମନ୍ଦିରର ଦକ୍ଷିଣ ଦିଗରେ ଶହ ଶହ ବର୍ଷ ତଳର ପ୍ରାଚୀନ ଅନନ୍ତ ଅବଧୂତ ମଠ ଅବସ୍ଥିତ।ବହୁତ କମ୍‌ ଲୋକ ସେହି ପ୍ରାଚୀନ ମଠ ସମ୍ପର୍କରେ ଜାଣିଥିବାରୁ ସେଠାରେ ଲୋକଙ୍କର ଏତେ ଗହଳି ଦେଖାଯାଏ ନାହିଁ। କିମ୍ବଦନ୍ତି ଅନୁସାରେ, ଭଗବାନ ଶିବ ସେଠାରେ ଅଗ୍ନି କୁଣ୍ଡ ସ୍ଥାପନ କରି ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଯଜ୍ଞ କରିଥିଲେ ଏବଂ ପରେ ଦ୍ୱାପର ଯୁଗରେ କୃଷ୍ଣଙ୍କର ପୁଅ ସାମ୍ବ ସେହି ସ୍ଥାନରେ ସୂର୍ଯ୍ୟଙ୍କ ଉପାସନା କରି ରୋଗ ମୁକ୍ତ ହୋଇଥିଲେ। ମାଦଳା ପାଞ୍ଜିରେ ଅବଧୂତ ମଠର ବର୍ଣ୍ଣନା ରହିଛି ଯାହାକି ଏକ ତନ୍ତ୍ର ପୀଠ ଭାବେ ମଧ୍ୟ ପ୍ରସିଦ୍ଧ । ସେଠାରେ ତାନ୍ତ୍ରିକ ରୀତିରେ ପୂଜାର୍ଚ୍ଚନା କରାଯାଇଥାଏ । ସେହି ମଠରେ ସୂର୍ଯ୍ୟ ନାରାୟଣଙ୍କ ଏକ ସୁନ୍ଦର ମୂର୍ତ୍ତି ରହିଛି । ସେଠାରେ ଓଁକାର ରୂପୀ ନିରାକାର ବ୍ରହ୍ମାଙ୍କର ମୂର୍ତ୍ତି ମଧ୍ୟ ଅଛି ଯାହା ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିଥାଏ। ମଠ ପ୍ରତିଷ୍ଠା ହେବା ଦିନଠାରୁ ସେଠାରେ ଜ୍ୱଳନ୍ତ ଅବସ୍ଥାରେ ତ୍ରୀକୋଣିୟ ଅଗ୍ନିକୁଣ୍ଡ ରହିଛି ଏହାହିଁ ମଠର ଆକର୍ଷଣର କେନ୍ଦ୍ରବିନ୍ଦୁ। ଏହାଛଡା ସେଠାରେ ଅନେକ ପ୍ରାଚିନ ମୂର୍ତ୍ତୀ ଦେଖିବାକୁ ଦେଖିବାକୁ ମିଳିବ। ଅନୁସନ୍ଧାନ କଲେ ଜାଣି ହେବଯେଏହା ଏକ ତନ୍ତ୍ର ପୀଠ ହୋଇଥିବାକୁ ସେଠାରେ ଅନେକ ତନ୍ତ୍ର ପୋଥି ସାଇତା ହୋଇରହିଛି। ଇତିହାସ ଅନୁସାରେ, ଅନେକ ସେହି ମଠକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ତେଣୁ ଏଥିରୁ ଉଦ୍ଧାର ପାଇବା ପାଇଁ ସେଠାକାର ତତ୍‌କାଳୀନ ମଠାଧିସ ନରସିଂହ ଅବଧୂତ ଘୁଷୁରି ମାଂସ ସହ ତୁଳସୀ ପତ୍ର ପ୍ରସାଦ ବ୍ୟବସ୍ଥା ଆରମ୍ଭ କରିଥିଲେ। ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ବକୁଳ ଅମାବାସ୍ୟା ତିଥିରେ ସେଠାରେ ଘୁଷୁରୀ ମାଂସ ତରକାରୀ ଏବଂ ତୁଳସୀ ପତ୍ର ଲାଗି ହୋଇଥାଏ । ଆପଣଙ୍କୁ ଏହି କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଆଉ ଏଭଳି ପରମ୍ପରା ପଛରେ ରହିଛି ଏକ ନିଆରା କାହାଣୀ। ଯାହା କିମ୍ବଦନ୍ତୀ କୁହେ ରାଜା ରାଜୁଡ଼ା ଅମଳରେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବିଦେଶୀ ଶକ୍ତିର ଆକ୍ରମଣରୁ ମଠକୁ ରକ୍ଷା କରିବା ପାଇଁ ଏଠାରେ ଘୁଷୁରୀ ମାଂସ ଲାଗି ହୁଏ। ଆଉ ଏହା ଶତାଧିକ ବର୍ଷ ହେଲା ପାଳନ ହୋଇ ଆସୁଛି। ପୁରାତନ ଯୁଗରୁ ଆଜି ପର୍ଯ୍ୟନ୍ତ ଏଠାରେ ଘୁଷୁରୀ ମାଂସ ଭୋଗ ଲାଗି ହୋଇଆସୁଛି।

Leave a Reply

Your email address will not be published. Required fields are marked *