• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ନିରଜ ଚୋପ୍ରା ଲୁଚି ଲୁଚି ଏ କଣ କରିଥିଲେ

Spread the love

ବଦୁଚର୍ଚ୍ଚିତ ଚେହେରା ଯାହାକୁ ଝିଅ ମାନେ ଦେଖିବା ମାତ୍ରେ ଦିୱାନି ହୋଇ ପଡନ୍ତି । ଆଉ ଯୁବ ପିଢି ଯାହାଙ୍କୁ ଦେଖିବା ମାତ୍ରେ ଖେଳ ପ୍ରତି ଆଗ୍ରହ ପ୍ରକାଶ କରନ୍ତି । ହଁ ଦର୍ଶକ ବନ୍ଧୁ ଆମେ କହୁଛୁ ସମସ୍ତଙ୍କ ପସନ୍ଦରିସରେ ଅଲିମ୍ପିକ୍ ସମୟରେ ସୁଟର ମନୁ ଭାକର ଓ ଜାଭେଲିନ୍ ଖେଳାଳି ନିରଜ ଚୋପ୍ରାଙ୍କ କଥା । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସେ ଫ୍ୟାନ୍ସଙ୍କୁ ଝଟକା ଦେବା ସହ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ନିରଜ ସୋସିଆଲ ମିଡିଆରେ ନିଜ ବିବାହକୁ ନେଇ ଏକ ପୋଷ୍ଟ କରିଛନ୍ତି । ତେବେ ନିରୋଜ ଓ ମନୁ ପରସ୍ପର ମଧ୍ୟରେ କଥା ହେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଭିଡିଓ ସୋସିଆଲ ମିଡ଼ିଆରେ ନିଆଁ ଲଗାଇ ଦେଇଥିଲା । ଦୁହେଁ ଯେଉଁଭଳି ଭାବେ ଚୁପି ଚୁପି କଥା ହେଉଥିଲେ ଏବଂ ପରସ୍ପରକୁ ଚାହିଁ ହସୁଥିଲେ, ଏହାକୁ ଦେଖି ତାଙ୍କ ଫ୍ୟାନ ଭ୍ରମରେ ପଡିବା ସହ ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ କରିଦେଇଥିଲେ । ଏ ସମ୍ପର୍କିତ ଖବର ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଇଥିଲା । ତେବେ ଏହାପରେ ଏହି କଥାକୁ ଉଭୟଙ୍କ ପରିବାର ପକ୍ଷରୁ ଖଣ୍ଡନ କରାଯାଇଥିଲା ।ତେବେ ନିରୋଜ ଚୋପ୍ରା ହଠାତ୍ ନିଜ ବିବାହର ଫଟୋ ଶେୟାର କରିବା ସହ ନିଜ ପତ୍ନୀଙ୍କ ନାମ ଘୋଷଣା କରିବାପରେ ପ୍ରଶଂସକ ଚକିତ ହୋଇଛନ୍ତି । ନିରୋଜ ଚୋପ୍ରା ଏହି ଫଟୋ ସେୟାର କରି ପ୍ରଶଂସକଙ୍କ ଠାରୁ ଆଶୀର୍ବାଦ ଆଶା କରିଛନ୍ତି । ଜଣେ ଚର୍ଚ୍ଚିତ ଚେହେରା ହୋଇ ସେ ଏକ ପ୍ରାଇଭେଟ ପାର୍ଟିରେ ଲୁଚି ଲୁଚି ବାହା ହୋଇଗଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ପ୍ରଶଂସକମାନେ ବିଭିନ୍ନ ପ୍ରଶ୍ନ ପଚାରିଥିବା ଦେଖିବାକୁ ମିଳିଛି ।
ଅନ୍ୟପଟେ ନିଜର ଗୋପନୀୟ ବିବାହପରି ଉଭୟ ହନିମୁନ୍ ପାଇଁ ଦେଶ ବାହାରକୁ କାହାକୁ କିଛି ନଜଣାଇ ଗୋପନୀୟ ସ୍ଥାନକୁ ଚାଲିଯାଇଥିବା ଜଣାପଡିଛି  ।

Leave a Reply

Your email address will not be published. Required fields are marked *