• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

1992 ବ୍ୟାଚ ସିଦ୍ଧେଶ୍ୱର ବିଦ୍ୟାମନ୍ଦିର ର ବନ୍ଧୁମିଳନ

Spread the love

କଟକ ଜିଲ୍ଲା, ବାରଙ୍ଗ ବ୍ଲକ ଅନ୍ତର୍ଗତ ନରାଜ ସିଦ୍ଧେଶ୍ବର ବିଦ୍ୟାମନ୍ଦିର ର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି,ଦୁନିଆରେ ଯେତେ ସମ୍ପର୍କ ଅଛି,ସବୁ ସମ୍ପର୍କ ଠାରୁ ଶ୍ରେଷ୍ଠ ସମ୍ପର୍କ ହେଉଛି ବନ୍ଧୁତା,ଆଉ ଯେଉଁଥିପାଇଁ ପ୍ରଭୁ ଶ୍ରୀ କୁଷ୍ଣ ନିଜର ଶ୍ରେଷ୍ଠ ବନ୍ଧୁ ହିସାବରେ ଖୁଦ ଭଜାଖିଆ ସୁଦାମା କୁ ବାଛିଥିଲେ,ଏହି ବନ୍ଧୁତା କୁ ଆଧାର କରି ଏହି ଉତ୍ସବ ପାଳନ କରାଯାଇଥିଲା,ଏହି ବନ୍ଧୁମିଳନ ରେ ଛାତ୍ର ଛାତ୍ରୀ ମାନେ ପୂର୍ବତନ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ପୁଷ୍ପଗଛ ଓ ଉତ୍ତୁରୀୟ ଦେଇ ସମ୍ଭର୍ଦ୍ଧିତ କରିଥିଲେ,ବିଦ୍ୟାମନ୍ଦିର ର ଶିକ୍ଷକ ମାନେ ହେଲେ ସିଦ୍ଧେଶ୍ୱର ବିଦ୍ୟାମନ୍ଦିର ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପୃଥ୍ୱୀରାଜ ରାଉତ,ଶ୍ରୀଯୁକ୍ତ କେଦାର ସ୍ୱାଇଁ,ଶ୍ରୀଯୁକ୍ତ ଦୈତାରୀ ସାହୁ ଏବଂ ନରାଜ ବିଦ୍ୟାପୀଠ ଓ ସହୀଦ ସ୍ମୁତି ବିଦ୍ୟାପୀଠ,ବିଶିପଦା ର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ବାରଙ୍ଗ ବ୍ଲକ ଓଷ୍ଟାର ସଭାପତି ଶ୍ରୀଯୁକ୍ତ ଅଚୁତ୍ୟାନନ୍ଦ ସାହୁ ଯୋଗଦେଇଥିଲେ,ଶ୍ରୀଯୁକ୍ତ ସାହୁ ପୂର୍ବତନ ଛାତ୍ର ଛାତ୍ରୀଙ୍କୁ ନିଜର ଶୁଭେଚ୍ଛା ଓ ଆଶ୍ରିବାଦ ଜଣେଇଥିଲେ,ଛାତ୍ର ଛାତ୍ରୀ ନିଜର ପରିବାରର ସଦସ୍ୟ ବୋଲି ମତ ରଖିଥିଲେ,ବହୁ ଦିନର ବେଭଧାନ ପରେ ଛାତ୍ର ଛାତ୍ରୀ ଙ୍କୁ ପାଖରେ ପାଇ ନିଜକୁ ଗର୍ବ ଅନୁଭବ କରିବା ସହିତ ଛାତ୍ର ଛାତ୍ରୀ ଙ୍କୁ ଭବିଷ୍ୟତ ଉଜ୍ୱଳମୟ କାମନା ପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ପାଖରେ ପ୍ରାଥନା କରିଥିଲେ . କଟକ ଜିଲ୍ଲା, ବାରଙ୍ଗ ବ୍ଲକ ରୁ ପ୍ରକାଶ କୁମାର ଭୋଇ,

Leave a Reply

Your email address will not be published. Required fields are marked *