ମନ ଭାରି ଲାଗୁଛି କି?ଶତ ଚେଷ୍ଟା ପରେ ମଧ୍ୟ କମ ହେଉନି କି ମାନସିକ ଦୁଶ୍ଚିନ୍ତା?ଘରେ ଲାଗି ରହୁଛି କି ମନୋମାଳିନ୍ୟ?ତେବେ କଣ କହୁଚି ଆପଣ ଙ୍କ ଗ୍ରହ ଚଳନ?କେମିତି ହେବ ସମାଧାନ? ଅନେକ ସମୟରେ ସବୁକିଛି ଥାଇ ମଧ୍ୟ ମନ ଭାରାକ୍ରାନ୍ତ ଲାଗେ।ମାନସିକ ଦୁଶ୍ଚିନ୍ତା କମିବା ବଦଳରେ ଦିନକୁ ଦିନ ଅଧିକ ହେବାରେ ଲାଗେ।ଅନେକ ଡାକ୍ତର ବୈଦ୍ୟ ଙ୍କ ପାଖକୁ ଗଲେ ମଧ୍ୟ ମିଳେନି ସମାଧାନ।ତେବେ ଜାଣନ୍ତି କି ଆପଣଙ୍କ ଗ୍ରହ ଦଶା ତଥା ବାସ୍ତୁ ଦୋଷ ମଧ୍ୟ ହୋଇଥାଇ ପାରେ ଏହାର କାରଣ
ଜ୍ୟୋତିର୍ବିଦ ତଥା ବାସ୍ତୁ ଶାସ୍ତ୍ର ବିଶେଷଜ୍ଞ ଡ. ଶାଶ୍ଵତୀ ହଜରା କୁହନ୍ତି ଯଦି ଆପଣଙ୍କ ଘରେ କୌଣସି ବାସ୍ତୁ ଦୋଷ ରହିଥାଏ ତେବେ ଏହା ଘରକୁ ଅଶାନ୍ତି ଟାଣି ଆଣେ।ଏହି ସମୟରେ ଗୃହ କର୍ତ୍ତା ତଥା ଅନ୍ୟ ସଦସ୍ୟଙ୍କ କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଭଳି ସମସ୍ୟା ଦେଖାଦିଏ।ଏଥି ସହିତ ଅନେକ ସମୟରେ ଛୋଟ ପିଲା ମଧ୍ୟ ଏଭଳି ସମସ୍ୟା ରେ ପୀଡ଼ିତ ହୁଅନ୍ତି।ଯାହାର ସମାଧାନ ନକଲେ ଏହା ବିକଟ ରୂପ ଧାରଣ କରିବାର ସମ୍ଭାବନା ରହିଛି।