• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ବେଆଇନ କରତକଳ ଉପରେ ଚଢ଼ାଉ

Spread the love

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅସୁରେଶ୍ବର ଠାରେ ବେଆଇନ କରତକଳ ଉପରେ ଓଡିଶା ଭିଜିଲାନ୍ସ ର ୧୦ ଜଣିଆ ଟିମ , ବନବିଭାଗ ଓ ସ୍ଥାନୀୟ ପୋଲିସ ର ମିଳିତ ଚଢଉ। ଚଢ଼ାଉ ରେ ଅନେକ ମୂଲ୍ୟବାନ ର ବିପୁଳ ପରିମାଣର କାଠ ଓ ଲକ୍ଷାଧିକ ଟଙ୍କାର କାଠ ଚିରିବା ପାଇଁ ଆବଶ୍ୟକୀୟ ବେଆଇନ ଯନ୍ତ୍ରପାତି ଜବତ୍ , ବେଆଇନ କରତକଳ ର ମାଲିକ ଙ୍କୁ ଅଟକ ରଖି ପୋଲିସ ଓ ଭିଜିଲାନ୍ସ ଅଧିକ ତଦନ୍ତ ଜାରୀ ରଖିଛି। ସୂଚନା ଯୋଗ୍ୟ ଏଠାରେ ଏଭଳି ବାରଂବାର ବେଆଇନ କରତକଳ ରାସ୍ତା କଡ଼ରେ ଲୁଚାଛପା ରେ ଚାଲୁଅଛି। ଏହି କରତକଳ ଉପରେ ଅତୀତରେ ବାରଂବାର ଚଢାଉ ହୋଇଥିଲେ ମଧ୍ୟ କିଛି ଦିନ ଅନ୍ତରରେ ପୁନଃ ଏହି ବେଆଇନ କରତକଳ ଚାଲୁଅଛି। ସବୁଠାରୁ ବଡ଼କଥା ହେଲା ଏହି ବେଆଇନ ସ-ମିଲ୍ ଟି କଟିକଟା-ଜୟୀପୁର ରୋଡ଼ ମୂଖ୍ୟ ରାସ୍ତା କୁ ଲାଗି ଦୀର୍ଘ ଦିନଧରି ଚାଲୁଥିବା ବେଳେ କିଛି ଦିନ ଅନ୍ତରରେ ଏଭଳି ଚଢ଼ଉ ହେଉଛି ଆଉ ବେଆଇନ କାଠ, ଯନ୍ତ୍ରପାତି ଜବତ୍ ହେଉଛି,ମାସେ କିମ୍ବା ଦୁଇ ମାସ ପରେ ପୁଣି ମୁଣ୍ଡ ଟେକି ଏହି ବେଆଇନ କରତକଳ ଚାଲୁଛି। ଯେମିତି ଯଥା ପୁର୍ବଂ ତଥା ପରଂ। ତେବେ ଦେଖିବାକୁ ବାକି ରହିଲା ଏହି ଚଢ଼ାଉ ପରେ ଏଠାରେ ପୁଣି ବେଆଇନ କରତକଳ ଗଢ଼ି ଉଠୁଛି ନା ସବୁଦିନ ପାଇଁ ବନ୍ଦ ହେଉଛି।

Leave a Reply

Your email address will not be published. Required fields are marked *