ଆଜି ଲୋକ ସଭା ସଂସଦ ମିଳିତ ଅଧିବେଶନ ଅନୁ ଷ୍ଠିତ ହୋଇଥିଲା । ଯେଉଁଥିରେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ଦେଶ ରେ ହୋଇଥିବା ବଡ ବଡ ପରିବର୍ତନ ସଂପର୍କରେ ଅଭିଭାଷଣ ଦେଇଚନ୍ତି । ହଁ ଦର୍ଶକ ବନ୍ଧୁ ଆଜିକାର ଅଧିବେଶନରେ ପ୍ରଥମେ ସମ୍ବିଧାନ ନିର୍ମାତାଙ୍କୁ ପ୍ରଣାମ ଜଣାଇ ନିଜର ଅଭି ଭାଷଣ ଆରମ୍ଭ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହା ପରେ ମହାକୁମ୍ଭ ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ରାଷ୍ଟ୍ରପତି । ତେବେ ୨ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ବର୍ତ୍ତମାନ ସ୍ବାମୀତ୍ବ କାର୍ଡରେ ସାମିଲ’ କଥା ଏବଂ ଆୟୁଷ୍ମାନ ଯୋଜନାରେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି । ଏଥି ସହ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଋଣ ସୀମା ବୃଦ୍ଧି କରାଯାଇଛି’ । କେବଳ ଏତିକି ନୁହେଁ ସମସ୍ତଙ୍କୁ ଆବାସ ପାଇଁ ପଦକ୍ଷେପ ନିଆଯାଇଛି । ଏଥି ସହ ସେ କହିଥିଲେ ‘ଶିକ୍ଷା ଓ ରୋଜଗାର ଉପରେ ଗୁରୁତ୍ବ ଦିଆଯାଉଛି’ । ଆଉ ‘୨୫ କୋଟି ଲୋକଙ୍କୁ ଗରିବୀ ସୀମାରୁ ଉପରକୁ ଉଠାଯାଇଛି’ ବୋଲି । ତେବେ ଏଥିରେ ସେ କହିଛନ୍ତି ଯେ ଭାରତ ବିଶ୍ବର ୩ୟ ବଡ଼ ଅର୍ଥ ବ୍ୟବସ୍ଥା ହେବାକୁ ଯାଉଛି’ ।