ମଣିଷ ଭୁଲି ଯାଇଛି, ହେଲେ ନଦୀ ସେସବୁ ମନେ ରଖିଛି । ଗଙ୍ଗା କାନ୍ଦିଲେ ସେ ଲୁହରେ ଚାରିଆଡେ ଭର୍ତ୍ତି ହୋଇଯିବ । ଆଉ ଏସବୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଦର୍ଶକ ବନ୍ଧୁ ଏଭଳି କଥା ନେଇ ପୃଥିବୀ ପାଇଁ ହେଇଚି ଭବିଷ୍ୟ ବାଣୀ। ହଁ ଆଜ୍ଞା ଏ କଥା ଆମର ନୁହେଁ ଏ କଥା ହେଉଛି ଅଘୋରୀ ବାବାଙ୍କ ଭବିଷ୍ୟବାଣୀ । ମହାକୁମ୍ଭରେ ଦେଖିବାକୁ ମିଳିଛନ୍ତି ୯୫ ବର୍ଷୀୟ ଅଘୋରୀ ବାବା । ପ୍ରୟାଗରାଜ ମହାକୁମ୍ଭ ମେଳାରେ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଅଘୋରୀ ବାବାଙ୍କ ଭବିଷ୍ୟବାଣୀ ଶୁଣି ଭୟଭୀତ ହୋଇଯାଇଛନ୍ତି ଲୋକେ । ୯୫ ବର୍ଷୀୟ ଅଘୋରୀ ବାବା କାଳପୁରୁଷଙ୍କ ଭବିଷ୍ୟବାଣୀକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ,ପୃଥିବୀ ନିଜ ଗତି ବଦଳାଇଲାଣି । ଆଗାମୀ ଦିନରେ ସଙ୍ଗମ ସ୍ଥଳ ବଦଳି ଯିବ । ସମୟ ସହିତ ସଙ୍ଗମକୁ ନୂଆ ସ୍ଥାନ ମିଳିବ । ଭବିଷ୍ୟତ ପିଢି ନୂଆ ସ୍ଥାନରେ କୁମ୍ଭର ଆୟୋଜନ କରିବେ । ତେବେ ବାବା ଦାବି କରିଛନ୍ତି ଯେ ନଦୀ ନିଜ ଗତିପଥ ବଦଳାଇ ଦେବ । ସେ ସମୟରେ ଆଉ କାହାର ଜମିରେ ରହିଛୁ ବୋଲି ସହରବାସୀ ଅନୁଭବ କରିବେ । ଆଗାମୀ ଚାରି ବର୍ଷରେ ଏହି ସବୁ ଘଟଣା ଘଟିବ । ବାବା କାଳପୁରୁଷ ପାଣିକୁ ନେଇ କହିଛନ୍ତି ଯେ ପାହାଡ଼ ରାସ୍ତା ଛାଡ଼ିଦେବ । ଧିରେ ଧିରେ ନଦୀ ନିଜ ପାଇଁ ନୂଆ ମାର୍ଗ ଖୋଜିନେବେ । ପୃଥିବୀରେ ଥିବା ଅନେକ ମନ୍ଦିର ଅଚାନକ ପୁଣି ବାହାରି ଆସିବ। ବାବାଙ୍କର ଏହି ଚେତାବନୀ ଯାହା ଏବେ ମହାକୁମ୍ଭରେ ଭୟ ସୃଷ୍ଟି କରିଛି । ତେବେ ଏ ଭବିଷ୍ୟବାଣୀ କେତେ ସତ କେତେ ମିଛ, ତାହା ଆଗାମୀ ଭବିଷ୍ୟ ହିଁ କହିବ ।