• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ପ୍ରେମ ପାଇଁ ଚାଲିଗଲା ପ୍ରେମିକର ଜୀବନ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1,"remove":2},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଅନୁଗୋଳ ଜିଲ୍ଲା ବଇଣ୍ଡା ହଣ୍ଡପା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଏକ ଯୁବକ ଦିଲ୍ଲୀପ ସାମଲର ମୃତ ଦେହ ପଡ଼ିଥିବା ଗ୍ରାମବାସୀ ବଇଣ୍ଡା ଫାଣ୍ଡି କୁ ଖବର ଦେଇଥିଲେ। ଆଉ ଖବର ପାଇ ଫାଣ୍ଡି ଅଧିକାରୀ ଓ ଷ୍ଟାଫ ଘଟଣା ସ୍ଥଳରେ ପହଂଚିଥିଲେ। ତେବେ ଗତକାଲି ରାତି ପାଖାପାଖି 10 ଟା ସମୟରେ ଘଟିଥିବା ଏହି ଘଟଣାରେ ଜଡ଼ିତ ଥିବା ଦୁର୍ବୁତ୍ତ ଫେରାର ହୋଇଯାଇଥିବାର ଜଣାପଡିଛି । ହେଲେ ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ କୁଆଡେ ବଇଣ୍ଡା ର ଏକ ଝିଅ ସହ ଇନଷ୍ଟlଗ୍ରାମ ରୁ ପ୍ରେମ ହୋଇଥିଲା ଦିଲ୍ଲୀପଙ୍କର। ଆଉ କୁଆଡେ ସେ ଝିଅ ମଙ୍ଗଳବାର ରାହୁଲ କୁ ଡାକି ଗୋବିନ୍ଦପୁର ଗ୍ରାମ ଜଙ୍ଗଲ ରେ ରାତିରେ ରହିବା ପାଇଁ ଡାକିଥିଲା । ହେଲେ ରାତିରେ ଶୀତ ହେବାରୁ ଶୀତବସ୍ତ୍ର ଆଣିବା ପାଇଁ ଦିଲ୍ଲୀପ ଯାଉଥିବା ବେଳେ ବାଟରେ ତାଙ୍କୁ ଦୁର୍ବୁତ୍ତ ବାଡେଇ ବାଡେଇ ମାରି ଦେଇଥିବା ପୁଅ ର ବାପା ହଣ୍ଡପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଝିଅ ସେଠାରୁ ଦୌଡ଼ି ସେ ଗ୍ରାମ ର ଏକ ଘରେ ପଶିଯାଇଥିଲା। ଏହା ପରେ ବଇଣ୍ଡା ଫାଣ୍ଡି କୁ ଖବର ଯିବା ପରେ ସାଇଣ୍ଟିଫିକ ଟିମ ଆସି ତଦନ୍ତ କରିଯାଇଥିବା ଜଣାପଡିଛି। ଝିଅ ପ୍ରେମ ସମ୍ପର୍କ ରୁ ମାରିନ ଥିବା ପୁଲିସ ଆଗରେ କହିଛି । ହେଲେ ବାସ୍ତବିକ ସତ୍ୟତା କେତେ ରହିଛି ତାହା ଏବେ ବି ଅସ୍ପଷ୍ଟ। ଯାହାର ତଦନ୍ତ ଆରମ୍ଭ ହୋଇ ଯାଇଛି ।

Leave a Reply

Your email address will not be published. Required fields are marked *