• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ସାଂସଦ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ମିନି ଷ୍ଟାଡିୟମରେ ଆୟୋଜିତ ହୋଇଥିବା ସାଂସଦ କ୍ରୀଡା ମହୋତ୍ସବ ବିକାଶ ଫାଉଣ୍ଡେସନ ତରଫରୁ ରବିବାର ଅନୁଷ୍ଠିତ ହୋଇଯାଇଛି।ଏହି ମହୋତ୍ସବ ରେ ୧୬ ବର୍ଷ ରୁ ୨୧ ବର୍ଷ ମଧ୍ୟରେ ଥିବା ସର୍ବମୋଟ ୨୭୨ ଜଣ କ୍ରୀଡାବିତ୍ ଅଂଶ ଗ୍ରହଣ କରିଥିଲେ।ତନ୍ମଧ୍ୟରୁ ୧୧୨ ଜଣ ଯୁବକ ୧୬୦ ଜଣ ଯୁବତୀ ଥିଲେ।୧୦୦ ମିଟର ,୨୦୦ ମିଟର , ଲମ୍ବ ଡିଆଁ, ସର୍ଟ ଫୁଟ ଓ ଡିସ କସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ପ୍ରତ୍ୟେକ ବିଭାଗରେ ୫ ଜଣ ଲେଖାଏଁ ପ୍ରତିଯୋଗୀ ଙ୍କୁ ଆଜି ଚୟନ କରାଯାଇଛି।ଏହି କ୍ରୀଡା ବିତ୍ ମାନେ ଅନୁଗୋଳ ସହର ସ୍ଥିତ ଫରେଷ୍ଟ ରେଞ୍ଜର କଲେଜ ପଡ଼ିଆରେ ଆସନ୍ତା ୧୨ ତାରିଖରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବେ ବୋଲି ଜଣା ପଡିଛି।ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସଞ୍ଜୀବ କୁମାର ସାହୁ ମୂଖ୍ୟ ଅତିଥି ରୂପେ ଯୋଗଦେଇ ସବୁଜ ପତାକା ଦେଖାଇ ଏହି କ୍ରୀଡା ପ୍ରତିଯୋଗିତା ର ଶୁଭ ଉଦ୍ଘାଟନ କରିଥିଲେ।ଏହି ପ୍ରତିଯୋଗିତା ଦ୍ଵାରା ଗ୍ରାମାଞ୍ଚଳ ର ଲୁକ୍କାଇତ ପ୍ରତିଭାର ବିକାଶ ଘଟି ପାରିବ ଏବଂ କ୍ରୀଡା ବିତ ମାନେ ଏତ୍ତତ୍ ଦ୍ଵାରା ନିଜସ୍ଵ ପରିଚୟ ସୃଷ୍ଟି କରି ପିତା ମାତାଙ୍କ ଏବଂ ନିଜ ଅଞ୍ଚଳ ପାଇଁ ସୁନାମ ଅର୍ଜନ କରିପାରିବେ ବୋଲି ମତ ବ୍ୟକ୍ତ କରିଥିଲେ। ଏପରି କ୍ରୀଡାର ଆୟୋଜନ ପାଇଁ ଉଦ୍ୟମ କରିଥିବାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ସମ୍ମାନିତ ଅତିଥି ରୂପେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏନ୍ଏସି ପ୍ରତିନିଧି ସନ୍ତୋଷ କୁମାର ହୋତା,ପ୍ରକାଶ କୁମାର୍ ଡାଙ୍ଗ,ପରେଶ୍ ଚନ୍ଦ୍ର ଦେଉ,ପୀନା ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ କ୍ରୀଡା ବିତ୍ତ୍ ମାନଙ୍କୁ ଉତ୍ସାହିତ କରିଥିଲେ।ଏହି ପ୍ରତିଯୋଗିତାରେ ବଇଣ୍ଡା ,କିଶୋରନଗର ,ଠାକୁରଗଡ଼ , ଅଏଡା,ମଧାପୂର୍ , ଆଠମଲ୍ଲିକ ସହର ର ଯୁବକ ଯୁବତୀ ମାନେ ଅଂଶ ଗ୍ରହଣ କରିଥିଲେ।କ୍ରୀଡା ଶିକ୍ଷକ ସତ୍ୟପ୍ରିୟ ପ୍ରଧାନ ଙ୍କ ସହିତ ୬ ଜଣ କ୍ରୀଡା ଶିକ୍ଷକ ପ୍ରତିଯୋଗିତା କୁ ପରିଚାଳନା କରିଥିଲେ।ବିକାଶ ଫାଉଣ୍ଡେସନ ପକ୍ଷରୁ ରବିନଥ ଦାସ ,ସୌମ୍ୟରଞ୍ଜନ ସାହୁ ,ସୁଜିତ୍ କୁମାର ସାହୁ ଓ ବିଷ୍ଣୁ ପ୍ରସାଦ ଷଡ଼ଙ୍ଗୀ ଉପସ୍ଥିତ ରହି ସମସ୍ତ ପ୍ରକାର ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *