ମାହାଙ୍ଗା ବ୍ଳକ ଅନ୍ତର୍ଗତ ଜଗତପୁର ଜଳସମ୍ପଦ ଉତର ବିଭାଗ ଅଧିନ ପଟ୍ଟାମୁଣ୍ଡାଇ କେନାଲ ଦକ୍ଷିଣ ପାର୍ଶ୍ଵବନ୍ଧ ଚାଇଁଆପାଳ ଠାରୁ ବାଗସରପୁର ପର୍ଯ୍ୟନ୍ତ ହେଉଥବା ଉନ୍ନତି କରଣ ଢ଼ଳେଇ କାର୍ଯ୍ୟରେ ବ୍ୟାପକ ଅନିୟମିତତା ସହ ନିର୍ମାଣର ଦିନ କେଇଟା ମଧରେ ଗୋଡି ଉଠିବା ଓ ଢଳେଇ ଫାଟିବା ଆଦି ନେଇ ଗଣମାଧମରେ ଖବର ପ୍ରକାଶ ପାଇଥିଲା । ଏହି ଖବର ଜାଣିବା ପରେ ଆଜି ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ ବିଭାଗୀୟ ଅଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଘଟଣା ସ୍ଥଳକୁ ଡକାଇ କାର୍ଯ୍ୟକୁ ଅନୁଦ୍ଧାନ କରିଥିଲେ । ଏହି କାର୍ଯ୍ୟସ୍ଥଳରେ କେତେକ ଅନିୟମିତତା ହୋଇଥିବା ଜଣାପଡିବା ପରେ ତୁରନ୍ତ ସଠିକ୍ ଭାବରେ କାର୍ଯ୍ୟ କରିବାକୁ ସମ୍ପୃକ୍ତ ଅଧିକାରୀ ଓ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯଦି ଆଗାମି ଦିନରେ କୌଣସି ପୂନର୍ବାର ତୃଟି ବିତ୍ରୁଟି ପରିଲକ୍ଷିତ ହୁଏ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । ମାହାଙ୍ଗା ଅଂଚଳରେ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଚାଲୁଥିବା ବେଳେ କାର୍ଯ୍ୟସ୍ଥଳର ଅନେକ ତ୍ରୁଟି ବିତ୍ରୁଟି କୁ ଗଣମାଧମ ସଠିକ୍ଭାବେ ପ୍ରକାଶ କରିବା ପାଇଁ କହିଥିବା ବେଳେ ଗଣମାଧମର ଏଭଳି କାର୍ଯ୍ୟକୁ ପ୍ରଶଂସ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଓସିସି ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦିପ୍ତ ମହାନ୍ତି . ବାଲିଚନ୍ଦ୍ରପୁର ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ଶାରଦା ପ୍ରସନ୍ନ ସେଠୀ, ସମିତିସଭ୍ୟ ସୁରେନ୍ଦ୍ର ମହାନ୍ତି,ପୂର୍ବତନ ସରପଂଚ ଜିତେନ୍ଦ୍ର ଶତପଥୀ, ଯୁବ ସଂଗଠକ ମନୋରଂନ ବିଶ୍ଵାଳ . ଯୁବ ନେତା ଭକ୍ତଚରଣ ସାଇଁ, ଦେବେନ୍ଦ୍ର କୁମାର ସାହୁ, ରମେଶଚନ୍ଦ୍ର ସାଇଁ . ଅଭିନ୍ନ ଜେନା . ନିରଂଜନ ମୁଦୁଲି , ରଘୁନାଥ ବିଶ୍ବାଳ, ମୃତ୍ୟୁଞ୍ଜୟ ବିଶ୍ବାଳ . ଅରୁଣ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।