• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ସୁଭଦ୍ରା ଶକ୍ତି ମେଳା ଉଦଘାଟନୀ ସଂଧ୍ୟାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଭୁବନେଶ୍ୱର,ଜନତାମଇଦାନରେ ସୁଭଦ୍ରା ଶକ୍ତି ମେଳା ଉଦଘାଟନ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି, ଏବଂ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଯୋଗ ଦେଇ ସୁଭଦ୍ରା ଶକ୍ତି ମେଳା କୁ ଉଦଘାଟନ କରିଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଓଡ଼ିଶା ର ମହିଳା ମାନେ କିପରି ଅଧିକରୁ ଅଧିକ ସ୍ବାବଲମ୍ବୀ ହୋଇ ପାରିବେ ତାଙ୍କ ସରକାର ସବୁବେଳେ ପ୍ରୟାସ ରତ। ତିନି ବର୍ଷରେ 25 ଲକ୍ଷ ଲକ୍ଷପଚି ଦିଦି ସୃଷ୍ଟି କରିଵା ସରକାର ଙ୍କ ମୁଳ ଲକ୍ଷ। ସୁଭଦ୍ରା ଶକ୍ତି ମେଳା ନଅ ଦିନ ଧରି ଚାଲିବ।‌ଏହି ନଅ ଦିନିଆ ଭବ୍ୟ ପ୍ରଦର୍ଶନୀରେ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ଏବଂ ଅର୍ଗାନିକ୍ ଉତ୍ପାଦ ପ୍ରଦର୍ଶିତ ହେବ, ମିଶନ ଶକ୍ତି ଏସ୍.ଏଚ୍.ଜି ଦ୍ବାରା ପ୍ରସ୍ତୁତ ୨୦୦ ରୁ ଅଧିକ ସାମଗ୍ରୀର ସମ୍ଭାର ଦେଖ‌ିବାକୁ ମିଳିବ । ହାତପାହାନ୍ତାରେ ମିଳିବ ହସ୍ତଶିଳ୍ପ ଓ କଳାକୃତି, ମିଲେଟ୍ ଓ ଅର୍ଗାନିକ୍ ଉତ୍ପାଦ, ହସ୍ତତନ୍ତ ଓ ବୟନ ଶିଳ୍ପ, ଖାଦ୍ୟ ଓ
ମସଲା ସାମଗ୍ରୀ, ଟେରାକୋଟା ଓ ବାଉଁଶ ଶିଳ୍ପ, ଘରକରଣା ଓ ପ୍ରାକୃତିକ ଉତ୍ପାଦ,ଆସବାବପତ୍ର, ସ୍ବାସ୍ଥ୍ୟ ଓ ୱେଲନେସ୍‌ର ବିଭିନ୍ନ ଉତ୍ପାଦ । ଓଡ଼ିଶା ର ୩୦ଟି ଜିଲ୍ଲା ର ମିଶନ ଶକ୍ତି ମହିଳା ୩୦୦ ଷ୍ଟଲ ମାଧ୍ୟମରେ ସେମାନଙ୍କ ର ସାମଗ୍ରୀ ବିକ୍ରୀ କରିବାର ସୁଯୋଗ ପାଇବେ।

Leave a Reply

Your email address will not be published. Required fields are marked *