• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଶ୍ରୀରାମ ନବମୀ ମହୋତ୍ସବ ୨୦୨୫

Spread the love

ଭଦ୍ରକର ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ପରିଚୟ ବହନ କରୁଥିବା ଶ୍ରୀରାମ ନବମୀ ମହୋତ୍ସବ ଆସନ୍ତା ଅପ୍ରେଲ ମାସ ୬ ତାରିଖରେ ମହା ସମାରୋହରେ ପାଳିତ ହେବାକୁ ଯାଉଛି। ଓଡ଼ିଶା ପ୍ରସିଦ୍ଧ ଭଦ୍ରକ ଶ୍ରୀରାମ ନବମୀ ମହୋତ୍ସବ ଚଳିତ ବର୍ଷ ଦିବ୍ୟ, ଭବ୍ୟ, ସରସ, ସୁନ୍ଦର ଏବଂ ଚିତାକର୍ଷକ ଭାବରେ ଅନୁଷ୍ଠିତ ହେବ ବୋଲି ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରକାଶ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଶ୍ରୀରାମ ନବମୀ ମହୋତ୍ସବର ସମସ୍ତ କାର୍ଯ୍ୟକ୍ରମର ବିବରଣୀ ଘୋଷଣା କରାଯାଇଛି। କାର୍ଯ୍ୟକ୍ରମ ଗୁଡ଼ିକ ଯଥାକ୍ରମେ ଆସନ୍ତା ମାର୍ଚ୍ଚ ମାସ ୨୩ ତାରିଖରେ ମାତୃଭୂମି ପାଇଁ ଗଣଦୌଡ଼, ୩୦ ମାର୍ଚ୍ଚରେ ରାଷ୍ଟ୍ରୀୟ ନବବର୍ଷ ପାଳନ ସହ ଗୋ ପୂଜନ ଓ ସାଧୁ ସନ୍ଥ ପୂଜନ, ୩୧ ରେ ବାଲ ବଜରଙ୍ଗୀଙ୍କ ସାଇକେଲ ଶୋଭାଯାତ୍ରା, ୪ ଅପ୍ରେଲରେ ମହିଳା କଳସ ଶୋଭାଯାତ୍ରା, ଆଜ୍ଞା ମାଳ ଯାତ୍ରା, ୩ ଦିନ ବ୍ୟାପି ଶ୍ରୀରାମ ନବମୀଯଜ୍ଞ ଆରମ୍ଭ। ୫ ଅପ୍ରେଲରେ ୧୦୮ ହନୁମାନ ଚାଳିଶା ପାଠ କରାଯିବ। ମାର୍ଚ୍ଚ ୩୦ ତାରିଖରୁ ଅପ୍ରେଲ ୬ ତାରିଖ ପର୍ଯ୍ୟନ୍ତ ୭ ଦିନ ବ୍ୟାପି ଗାନ୍ଧିପଡ଼ିଆରେ ମୀନାବଜାର ଏବଂ ସନ୍ଧ୍ୟାରେ ରାଜ୍ୟର ପ୍ରସିଦ୍ଧି ଅର୍ଜନ କରିଥିବା ସାଂସ୍କୃତିକ ଅନୁଷ୍ଠାନକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି କରାଯିବାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀରାମ ମହାଯଜ୍ଞ ସମିତିର ସଭାପତି ବରିଷ୍ଠ ଆଇନଜୀବୀ ନିତ୍ୟାନନ୍ଦ ନାୟକ, କାର୍ଯ୍ୟକାରୀ ସଭାପତି ବ୍ୟୋମକେଶ ସେନାପତି, ବରିଷ୍ଠ ଉପଦେଷ୍ଟା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ଓଡ଼ିଶା ସରକାରଙ୍କର କ୍ରୀଡ଼ା ଓ ଯୁବ ବ୍ୟାପାର, ଉଚ୍ଚ ଶିକ୍ଷା ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସୀତା°ଶୁ ଶେଖର ମହାପାତ୍ର, ସମିତିର ସାଧାରଣ ସମ୍ପାଦକ ଶରତ ପଢ଼ିଆରୀ, ସଂଯୋଜକ ଗୋବିନ୍ଦ ଚନ୍ଦ୍ର ରାଉତ, ପୂର୍ବତନ ସହ କୋଷାଧ୍ୟକ୍ଷ ତଥା ବରିଷ୍ଠ ସଦସ୍ୟ ଭଗବାନ ପଣ୍ଡା, ଉପସ୍ଥିତ ରହି ଶ୍ରୀରାମ ନବମୀ ମହୋତ୍ସବର ଗୌରବ ମୟ ଇତିହାସ ପ୍ରକାଶ କରିବା ସହ ସମସ୍ତ କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମିତିର କୋଷାଧ୍ୟକ୍ଷ ନିରଞ୍ଜନ ସାହୁ, ଉପ ସଭାପତି ଜଗନ୍ନାଥ ଦାଶ, ତ୍ରିଲୋଚନ ନାୟକ, କଂହେଇ ଦାସ, ସମ୍ପାଦକ ସ୍ୱାଧୀନ ସୁନ୍ଦର ଦାସ, ସ୍ୱରୂପା ନନ୍ଦ ମହାପାତ୍ର, ତୁଷାର କାନ୍ତ ଦାସ, ସହ କୋଷାଧ୍ୟକ୍ଷ ଶିବ ଶଙ୍କର ଦାସ, ଅନ୍ୟତମ ଉପଦେଷ୍ଟା ରଘୁନାଥ ସାହୁ, ବଦ୍ରୀ ନାରାୟଣ ଧଳ, ପ୍ରଦୀପ୍ତ ବିଶ୍ଵାଳ, ଡ଼. ଦେବରାଜ ପାତ୍ରଙ୍କ ସମେତ ବହୁ ବରିଷ୍ଠ ଯୁବ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *