• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ବେଢ଼ା ଭିଡିଓ

Spread the love

ଗତ ଦୁଇ ମାସରେ ଦ୍ବିତୀୟ ଥର ଭାଇରାଲ ହୋଇଛି ଶ୍ରୀମନ୍ଦିର ଭିତର ଭିଡିଓ । ଲଭ ଡଟ୍ ପ୍ରଧାନ ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭାଇରାଲ ହୋଇଛି ଶ୍ରୀମନ୍ଦିର ଭିତର ଭିଡିଓ। ଭିଡିଓଟିରେ ଜଣେ ଯୁବତୀ ନଜର ଆସୁଥିବା ଦେଖିବାକୁ ମିଳିଥିବାବେଳେ, ଶ୍ରୀମନ୍ଦିର ଭିତର ବେଢ଼ାରେ ନୃସିଂହଙ୍କ ମନ୍ଦିର ଭିଜୁଆଲ ରହିଛି।ନୃସିଂହ ମନ୍ଦିର ସମ୍ମୁଖରୁ ଶ୍ରୀମନ୍ଦିରର ଫଟୋ ଉତ୍ତୋଳନ କରାଯାଇଥିବା ଦେଖିବାକୁ ମିଳିଛି। ଏବେ ଏହାକୁ ନେଇ ପୁଣି ବିବାଦ ଘନେଇଛି। ଜଗନ୍ନାଥ ପ୍ରେମୀ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି।
ଆପଣ ମାନେ ସମସ୍ତେ ଜାଣନ୍ତି ପୂର୍ବରୁ ଜାନୁଆରୀ ମାସରେ ମଧ୍ୟ ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଭିତର ଫଟୋ ଓ ଭିଡିଓ ଭାଇରାଲ ହୋଇଥିଲା। ଯାହାକୁ ବୃନ୍ଦାବନର ଜଣେ ବ୍ୟକ୍ତି ବାଙ୍କେ ବିହାରୀ ଅନନ୍ତ ନିଜ ଇନଷ୍ଟାଗ୍ରାମ ଓ ଫେସବୁକରେ ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ କରିଥିଲେ । ଯାହାକୁ ନେଇ ବିବାଦ ଦେଖାଦେଇଥିଲା। ଆଉ ଏବେ କାର ଏ ଭିଡିଓ ଭାଇରାଲ ପରେ ବର୍ତ୍ତମାନ୍ ଶ୍ରୀ ମନ୍ଦିର ର ସୁରକ୍ଷା ଆଉ ଏଥିରେ ନିୟୋଜିତ ବ୍ୟକ୍ତି ଙ୍କୁ ନେଇ ପ୍ରଶ୍ନ ଉଠୁଛି । ତେବେ ଦେଖିବାକୁ ବାକି ରହିଲା ପ୍ରଶାସନ ଏ ନେଇ କେତେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଚି ।

Leave a Reply

Your email address will not be published. Required fields are marked *