• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

୨୦ ହଜାର ଟଙ୍କା ଦରମାରେ ପେନସନ୍ କେତେ ମିଳିବ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":[],"is_sticker":false,"edited_since_last_sticker_save":false,"containsFTESticker":false}
Spread the love

ଦେଶରେ ଏକକ ପେନସନ୍ ଯୋଜନା ଲାଗୁ ହେଲା ପରେ ପେନସନ୍ କେତେ ମିଳିବ? କେମିତି ହେବ ହିସାବ? ଜାଣନ୍ତୁ ଦେଶରେ ଲାଗୁ ହେବାକୁ ଯାଉଛି ଅଷ୍ଟମ ବେତନ କମିଶନ ବା 8th Pay Commission । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ଘୋଷଣା କରାଯାଇଥିବା ବେଳେ ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ ।ଅଷ୍ଟମ ବେତନ କମିଶନ ଲାଗୁ ହେବା ପରେ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମାରେ ଢେର୍‌ ବୃଦ୍ଧି ଦେଖିବାକୁ ମିଳିବ । କେବଳ କର୍ମଚାରୀ ନୁହଁନ୍ତି ପେନସନଭୋଗୀଙ୍କ ପେନସନ୍ ମଧ୍ୟ ବୃଦ୍ଧି ପାଇବାକୁ ଯାଉଛି । ଏହି କମିଶନ କାର୍ଯ୍ୟକାରୀ ହେବା ପରେ ଦରମା ବୃଦ୍ଧି ଘଟିବ ।କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଦେଶରେ ଲାଗୁ ହେବାକୁ ଯାଉଛି ଏକକ ଭତ୍ତା ଯୋଜନା ବା ୟୁନିଫାଏଡ୍‌ ପେନସନ୍ ସ୍କିମ (UPS) । UPSକୁ ପୂର୍ବରୁ ମିଳିସାରିଛି କେନ୍ଦ୍ର କ୍ୟାବିନେଟ ମଞ୍ଜୁରି । ୟୁନିଫାଏଡ୍‌ ପେନସନ ସ୍କିମ୍‌ ବା ଏକକ ଭତ୍ତା ଯୋଜନାକୁ ଅନୁମତି ଦେଇସାରିଛନ୍ତି କେନ୍ଦ୍ର ସରକାର ।ଦେଶରେ ଏକକ ଭତ୍ତା ଯୋଜନା ବା UPS ଲାଗୁ ହେବା ଫଳରେ ପ୍ରାୟ ୨୩ ଲକ୍ଷ କେନ୍ଦ୍ରୀୟ ସରକାରୀ କର୍ମଚାରୀ ଉପକୃତ ହେବେ । ଏପ୍ରିଲ ୨୦୨୫ରୁ ଲାଗୁ ହେବ ଏହି ନୂଆ ପେନସନ ସ୍କିମ । ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ପୂର୍ବରୁ ଚାଲୁଥିବା ନ୍ୟାସନାଲ ପେନସନ ସ୍କିମ୍ NPS ସହ UPS ବିକଳ୍ପ ଭାବେ ଲାଗୁ ହେବ ।କର୍ମଚାରୀ ନିଜ ଇଚ୍ଛା ମୁତାବକ ପେନସନ ସ୍କିମ୍ ବାଛି ପାରିବେ। ଏହି ନୂଆ ୟୁନିଫାଏଡ୍ ପେନସନ ସ୍କିମରେ ସରକାର ତିନୋଟି ମୁଖ୍ୟ ଦିଗକୁ ଗୁରୁତ୍ବ ଦେଇଛନ୍ତି । ଦେଶରେ UPS ଲାଗୁ ହେଲେ ଲକ୍ଷ ଲକ୍ଷ କେନ୍ଦ୍ରୀୟ ସରକାରୀ କର୍ମଚାରୀ ଉପକୃତ ହେବେ ।ଯେଉଁଥିରେ ସରକାରୀ କର୍ମଚାରୀ ଚାକିରିରୁ ଅବସର ନେବା ପରେ ଶେଷ ୧୨ ମାସର ବେସିକ୍ ସାଲାରି ବା ମୂଳ ଦରମାର ୫୦ ପ୍ରତିଶତ ପେନସନ ଆକାରରେ ପାଇବେ କିନ୍ତୁ ନ୍ୟୁନତମ ୨୫ବର୍ଷ ଚାକିରି କାଳ ରହିଥିବା ଜରୁରୀ । ଏହା ହେଲେ ଯାଇ UPSରେ ସାମିଲ ହୋଇପାରିବେ ଜଣେ ସରକାରୀ କର୍ମଚାରୀ ।ସେହିପରି ପରିବାରକୁ ସୁନିଶ୍ଚିତ ପେନସନ ଜରିଆରେ କର୍ମଚାରୀଙ୍କ ମୃତ୍ୟୁ ପରେ ପତ୍ନୀଙ୍କୁ ମିଳିବ ୬୦% ପେନସନ୍ । ଯାହା ଫଳରେ ପରିବାରକୁ ସହାୟତା ମିଳିପାରିବେ । ବଡ କଥା ହେଉଛି ନ୍ୟୁନତମ ୧୦ ବର୍ଷ କାମ କରିଥିଲେ ମିଳିବ ସର୍ବନିମ୍ନ ୧୦ ହଜାର ଟଙ୍କା ପେନସନ ।କେନ୍ଦ୍ରର ମୋଦି ସରକାର ସରକାରୀ କର୍ମଚାରୀଙ୍କ ପାଇଁ ଏକ ନୂତନ ପେନସନ୍ ସ୍କିମ UPS ଘୋଷଣା କରିଛନ୍ତି । ଏହି ନୂତନ ଯୋଜନା ୨୦୨୫ ଏପ୍ରିଲ ୧ ତାରିଖରୁ କାର୍ଯ୍ୟକାରୀ ହେବାକୁ ଯାଉଛି । ବର୍ତ୍ତମାନ ସରକାରୀ କର୍ମଚାରୀଙ୍କୁ ପେନସନ ପାଇବା ପାଇଁ ୟୁପିଏସ୍ ଏବଂ ନୂତନ ପେନ୍ସନ୍ ସ୍କିମ୍ (NPS) ମଧ୍ୟରୁ ଗୋଟିଏକୁ ବିକଳ୍ପ ବାଛିବାକୁ ପଡିବ |ୟୁପିଏସ୍ ଅଧୀନରେ, ଜଣେ ସରକାରୀ କର୍ମଚାରୀ ୨୫ ବର୍ଷ କାର୍ଯ୍ୟ କରିବା ପରେ ଅବସର ନେବା ପରେ, ଶେଷ ୧ ବର୍ଷ ଅର୍ଥାତ ୧୨ ମାସରେ ଯେତିକି ବେସିକ୍ ସାଲାରୀ ବା ମୂଳ ଦରମା ପାଇଥିବେ ତାହାର ୫୦ ପ୍ରତିଶତ ପେନସନ୍ ଆକାରରେ ପାଇବେ । ଯଦି ଜଣେ କର୍ମଚାରୀ ୧୦ ବର୍ଷ କାମ କରନ୍ତି, ତେବେ ତାଙ୍କୁ ଅତି କମରେ ୧୦ ହଜାର ଟଙ୍କା ପେନସନ୍ ଦିଆଯିବ ।ତେବେ ଯଦି ଉଦାହରଣ ଦେଇ ବୁଝାଇବା ଏହା ସ୍ପଷ୍ଟ ଭାବେ ବୁଝିହେବ । ୟୁନିଫାଏଡ୍‌ ପେନସନ୍ ସ୍କିମ୍‌ରେ ଆଉ କୌଣସି ଦ୍ବନ୍ଦ୍ବ ରହିବ ନାହିଁ । ତେବେ ଏହା କିଭଳି ହିସାବ କରାଯିବ? କେତେ ଟଙ୍କା ପେନସନ୍ ଆକାରରେ ମିଳିବ? ଜାଣନ୍ତୁ ପୂରା ହିସାବ ।ଉଦାହରଣ ସ୍ବରୂପ ଯଦି ଆପଣ ମାସିକ ଦରମା ୨୦ ହଜାର ବେସିକ୍ ସାଲାରୀ ବା ମୂଳ ଦରମା ଆକାରରେ ପାଉଛନ୍ତି ତେବେ ଆପଣଙ୍କ ଶେଷ ୧ ବର୍ଷରେ ମୋଟ ୧୨*୨୦ ଅର୍ଥାତ ୨ ଲକ୍ଷ ୪୦ ହଜାର ଟଙ୍କା ପାଇବେ । ଏହା ହେଲେ ଅବସର ପରେ ଶେଷ ବର୍ଷ ଦରମାର ୫୦% ପେନସନ୍ ମିଳିବ ।ତେଣୁ ତାହା ହିସାବକୁ ନେଲେ ୨ ଲକ୍ଷ ୪୦ ହାଜର ଟଙ୍କାର ଅଧା ଅର୍ଥାତ ୧ ଲକ୍ଷ ୨୦ ହଜାର ଟଙ୍କା ଆପଣଙ୍କୁ ପେନସନ୍ ଆକାରରେ ମିଳିବ । ଆଉ ଯଦି ଭତ୍ତା ପାଉଥିବା ବ୍ୟକ୍ତିଙ୍କ ମୃତ୍ୟୁ ବି ହୋଇଯାଏ ତେବେ ତାଙ୍କ ପରିବାର ବର୍ଗଙ୍କୁ ମଧ୍ୟ ପେନସନ୍ ମିଳିବ ।

Leave a Reply

Your email address will not be published. Required fields are marked *