ଓଡ଼ିଶା ପ୍ରସିଦ୍ଧ ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଳକ ହରିରାଜପୁର ପଂଚୁଦୋଳ ମେଲଣ ଆସନ୍ତା ୧୯ ତାରିଖ ରାତ୍ରରେ ଅନୁଷ୍ଠିତ ହେବ । ଏଥିପାଇଁ ମନ୍ଦିର କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ମେଲଣ କମିଟିର ସଂପାଦକ ପ୍ରସନ୍ନ ମହାରଥୀ ଙ୍କ ନେତୃତ୍ୱରେ ଆୟୋଜିତ ଏହି ସାମ୍ମ୍ାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ଗମନା ଗମନା ସହିତ ଭକ୍ତମାନେ କିଭଳି ଭାବରେ ଏହି ଉତ୍ସବରେ ସୁରକ୍ଷିତ ରେ ଯୋଗ ଦେଇ ପାରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ପାଂଚ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବ ।