• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ହୁ ହୁ ହୋଇ ବଢି ଚାଲିଛି ସୁନା ଦର

Spread the love

ଭୟ ଲାଗୁଛି ସୁନା କିଣିବାକୁ, ହୁ ହୁ ହୋଇ ବଢି ଚାଲିଛି ସୁନା ଦର
ତକାଲି ରାଜଧାନୀରେ ଏହା ଯଥାକ୍ରମେ ୭୨,୬୦ ଟଙ୍କା ଓ ୭୬,୨୮୦ ଟଙ୍କା ରହିଥିଲା । ମାତ୍ର ଆଜି ପୁଣି ବୃଦ୍ଧି ଘଟିଛି ସୁନାଦରରେ । ଏହି ଦର ଅକ୍ଟୋବର ମାସର ପ୍ରାରମ୍ଭରେ ଥିବା ଦରଠାରୁ କିଛି ମାତ୍ରାରେ ବଢିଛି।ପାର୍ବଣରେ ଥିବାରୁ ସୁନା ଦର କମିଥିଲା ଓ ବଢୁଥିଲା । ମାତ୍ର ଦୁର୍ଗା ପୂଜା ସରି ସାରିଛି । ଆଗାକୁ ଦୀପାବଳି ଆସୁଛି । ଫଳରେ ନିଆଁ ଭଳି ହୁଦ ହୁଦ ହୋଇ ବଢି ଚାଲିଛି ସୁନାଦର । ଉଭୟ ଦେଶ ତଥା ରାଜ୍ୟରେ ସୁନା ଦର ଏବେ ଆକାଶଛୁଆଁ ହୋଇଛି । ସୁନା ଦାମରେ ଆଶ୍ୱସ୍ତି ମିଳିବାର ନାଁ ହିଁ ଉଠୁନି । ଫଳରେ ଏହା ଗ୍ରାହକଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି ସୁନା । ସୁନାକୁ ଛୁଇଁବାକୁ ଡର ଲାଗୁଛି ।ଦେଶରେ ଦ୍ରୁତ ବେଗରେ ବଢି ଚାଲିଥିବା ସୁନା ଦରରେ ଗତ କିଛି ମାସ ହେବ ବ୍ରେକ୍‌ ଲାଗିଥିବା ବେଳେ ଗତ କିଛି ଦିନ ହେବ ପୁଣି ଥରେ ବୃଦ୍ଧି ଘଟିବାରେ ଲାଗିଥିଲା । ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ, ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ଏହି ସୁନା ଦର ।

ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୦, ହଜାର ୩୬୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୬,୮୧୦ ହଜାର ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୭୩,୩୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୬,୯୭୦ ହୋଇଛି ।

Leave a Reply

Your email address will not be published. Required fields are marked *