• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ମୁଣ୍ଡରେ ବନ୍ଧୁ ଲଗାଇ ଡକାୟତ

Spread the love

କଟକ ଜିଲ୍ଲା ମାହାଙ୍ଗା ରେ ପୁଣି ଥରେ ପୋଲିସ କୁ ଚାଲେଞ୍ଜ କଲେ ଡକାୟତ ମାନେ, ମୁଣ୍ଡରେ ବନ୍ଧୁକ ଲଗେଇ ଲୁଟ କଲେ ଟଙ୍କା ଓ ସୁନା ଗହଣା,ଗତକାଲି ରାତି ୨ ଟା ସମୟରେ ମାହାଙ୍ଗା ଥାନା ଗୁଣୁପୁର ଗ୍ରାମର ଶନି ମନ୍ଦିର ପାଖରେ ଥିବା ଅରକ୍ଷିତ ନାଥ ଙ୍କ ଘରେ ୪ ଜଣ ଡକାୟତ ଘର ର ମୁଖ୍ୟ ଫାଟକ ଗ୍ରିଲ କୁ ଭାଙ୍ଗି ଘରେ ପଶିଥିଲେ,ଘରେ ଅରକ୍ଷିତ ନାଥ ଙ୍କ ସହିତ ତାଙ୍କ ବୋହୁ ଓ ସାନ ପୁଅ ସୋଇଥିଲେ,ଏହି ସମୟରେ ଡକାୟତ ମାନେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସମସ୍ତଙ୍କୁ ରଶି ରେ ବାନ୍ଧି ପକାଇଥିଲେ,ନିଜ ଜୀବନକୁ ବଞ୍ଚାଇ ବାକୁ ଜାଇ ଅରକ୍ଷିତ ନାଥ ଘରେ ଯାହା ସବୁ ଥିଲା ସବୁ ଦେଇ ଦେଇଥିଲେ,ଡକାୟତ ମାନେ ୩ ଲକ୍ଷ ନଗଦ ଟଙ୍କା ସହ ପ୍ରାୟ ଲକ୍ଷ୍ୟ ଧିକ ଟଙ୍କାର ସୁନା ଗହଣା ସହ ଦୁଇଟି ମୋବାଇଲ ଲୁଟି ନେଇଥିଲେ,ଏହା ପରେ ଘଟଣାସ୍ଥଳରେ ମାହାଙ୍ଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଘର ପାଖରୁ ଡକାୟତ ମାନେ ଫୋପାଡି ଦେଇଥିବା ଦୁଇଟି ମୋବାଇଲ ଫୋନ କୁ ପୋଲିସ ଜବତ କରିଛି,କରିବା ସହ ଘଟଣା ସ୍ଥଳରେ ସାଲେପୁର sdpo ଏବଂ ମାହାଙ୍ଗା iic ପହଁଚି ଅଧିକ ତଦନ୍ତ ଚଳାଇଛନ୍ତି l

Leave a Reply

Your email address will not be published. Required fields are marked *