• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ପାଣିପାଗକୁ ନେଇ ବଡ଼ ଅପଡେଟ୍‌

Spread the love

୫ ଦିନ ପାଇଁ ଆଲର୍ଟ ଜାରି …୧୦ ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ।ରାଜ୍ୟରେ ପୁଣି ହେବ ବର୍ଷା । ଆଜିଠାରୁ ପାଗ ବଦଳିବା ନେଇ ପାଣିପାଗ ବିଭାଗ ଆକଳନ । ୧୦ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା । ପରବର୍ତ୍ତୀ ୨୪ ଘଣ୍ଟା ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ।ତାତିରେ ପୁଣି ବ୍ରେକ ଲାଗିବ, ଆଜିଠାରୁ ପୁଣି ପାଗରେ ପରିବର୍ତ୍ତନ ହୋଇପାରେ । ୧୦ଟି ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ଆଉ ତା ପରବର୍ତ୍ତୀ ୧୧ ଜିଲ୍ଲାରେ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।ପୁଣି ରାଜ୍ୟରେ ହେବ ବର୍ଷା । କାଳବୈଶାଖୀ ବର୍ଷାରେ ଭିଜିବ ଉପକୂଳରୁ ଉପାନ୍ତ । ମଙ୍ଗଳବାରଠାରୁ ପାଗରେ ପରିବର୍ତ୍ତନ ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଏଥର କାଳବୈଶାଖୀ ବର୍ଷାରେ ଅଧିକ ପ୍ରଭାବିତ ହେବ ଦକ୍ଷିଣ ଓଡ଼ିଶା।ଆସନ୍ତା ୨୪ ଘଣ୍ଟାରେ ୧୦ଟି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ଅନୁଭୂତ ହୋଇପାରେ । ମୟୂରଭଂଜ, କେନ୍ଦୁଝର, ଅନୁଗୁଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରିରେ ଝଡ଼ ପବନ ସାଙ୍ଗକୁ ଘଡଘଡି ବିଜୁଳି ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ।ମଙ୍ଗଳବାର ପାଇଁ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ବଙ୍ଗୋପସାଗରରୁ ଜଳୀୟ ବାଷ୍ପ ରାଜ୍ୟକୁ ପ୍ରବେଶ କରିବା ଏବଂ ବାୟୁ ଚଳନରେ ପରିବର୍ତ୍ତନ ହେବା ଯୋଗୁଁ କାଳବୈଶାଖୀଜନିତ ବର୍ଷାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା କହିଛନ୍ତି । ଗତ କିଛି ଦିନ ହେବ ତାପମାତ୍ରା ବଢ଼ିବା ସହ ପଶ୍ଚିମ ଓଡ଼ିଶାରେ ହିଟ୍ ୱେଭ ଅନୁଭୂତ ହୋଇଛି । ରବିବାର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ପାଣିପାଗ ବିଜ୍ଞାନୀ ଅନୁମାନ କରିଛନ୍ତି ଯେ ସୋମବାରଠାରୁ ଆଉ ତାପମାତ୍ରା ବୃଦ୍ଧି ପାଇବ ନାହିଁ।ଦିନ ଓ ରାତ୍ରି ତାପମାତ୍ରା ଅପରିବର୍ତ୍ତିତ ରହିବ। ଯେଉଁ ଅଞ୍ଚଳରେ କାଳବୈଶାଖୀ ବର୍ଷା ହେବ ସେହି ସ୍ଥାନରେ ତାପମାତ୍ରା କମିବା ସହ ପାଗ ଥଣ୍ଡା ରହିବ। ବାକି ଅନ୍ୟ ସ୍ଥାନରେ ପାଗ ଥଣ୍ଡା ନହେଲେ ମଧ୍ୟ ତାପମାତ୍ରା କମ୍ ରହିବ। ୫ ଦିନ ପରେ ପୁଣି ତାପମାତ୍ରା କ୍ରମଶଃ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।ଏପ୍ରିଲ ଓ ମେ ମାସରେ ପ୍ରବଳ ଖରା ସାଙ୍ଗକୁ ହିଟ୍ ୱେଭ ଅବଧି ଅଧିକ ଦିନ ରହିପାରେ । କିନ୍ତୁ ତା ଭିତରେ ବି ମଝିରେ ମଝିରେ କାଳବୈଶାଖୀ ବର୍ଷା ତାପମାତ୍ରା ହ୍ରାସ କରିବାରେ ସହାୟକ ହେବ ।

Leave a Reply

Your email address will not be published. Required fields are marked *