• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ପି ଏମ ଶ୍ରୀ ବିନ୍ଦୁ ମାଧବ ବାଗୁରାଇ ସରକାରୀ ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ

ByOdishri Khabar

Apr 9, 2025
Spread the love

ଭଦ୍ରକ ରେ ପି ଏମ ଶ୍ରୀ ବିନ୍ଦୁ ମାଧବ ବାଗୁରାଇ ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ପ୍ରଧାନ ଶିକ୍ଷକ ପ୍ରଶାନ୍ତ ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ବିଧାୟକ ସୀତାଂଶୁ ମହାପାତ୍ର ଯୋଗ ଦେଇ ଛାତ୍ର ଛାତ୍ରୀ ମନେ ପାଠ ସହିତ ସଂସ୍କାରି ହେବାକୁ କହିଥିଲେ l ମୁଖ୍ୟବକ୍ତା ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ପିଲା ମାନଂକୁ ଉଚ୍ଚ ଶିକ୍ଷିତ ହେବା ସହିତ ଭଲ ଚରିତ୍ର ବାନ ମଣିଷ ହେବାକୁ ପରାମର୍ଶ ଦେଇଥିଲେ l ଜିଲ୍ଲାପାଳ ଦିଲୀପ ରାଉତରାଏ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ଏକ ଲକ୍ଷ ନେଇ ପାଠ ପଢନ୍ତୁ ସମାଜ ର ଉପକୃତ ନେଇ ନିଜର ଲକ୍ଷ ରଖିବାକୁ ପରାମର୍ଶ ଦେଇଥିଲେ l ସେହିପରି ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ, ବ୍ଳକ ଶିକ୍ଷାଧିକାରୀ ଚକ୍ରଧର ମଲିକ, ଅବସରପ୍ରାପ୍ତ ଡ଼ିଏସ୍ପି ରଂଗ ବଲ୍ଲଭ ଜେନା ଯୋଗ ଦେଇଥିଲେ l କ୍ରୀଡ଼ା ଏବଂ ଅନ୍ୟାନ୍ୟ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ l

Leave a Reply

Your email address will not be published. Required fields are marked *