• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଲୋକମାନେ ଥଣ୍ଡା ଜିନିଷ ଖାଇବା, ପିଇବା ପାଇଁ ବେଶ ଭଲପାଆନ୍ତି

Spread the love

ଗ୍ରୀଷ୍ମ ଋତୁ ଆରମ୍ଭ ହେବା ମାତ୍ରେ ଲୋକମାନେ ଥଣ୍ଡା ଜିନିଷ ଖାଇବା, ପିଇବା ପାଇଁ ବେଶ ଭଲପାଆନ୍ତି । ଯେପରିକି ଶୋଷ ମେଣ୍ଟାଇବା ପାଇଁ ଲୋକମାନେ ଫ୍ରିଜର ଥଣ୍ଡା ପାଣି ପିଇବାକୁ ବେଶ ପସନ୍ଦ କରନ୍ତି । ଗ୍ରୀଷ୍ମ ଋତୁରେ ଶରୀରକୁ ହାଇଡ୍ରେଟ ରଖିବା ପାଇଁ ଦିନକୁ ଅତି କମରେ ୮ରୁ ୧୦ ଗ୍ଲାସ ପାଣି ପିଇବା ଉଚିତ । ଥଣ୍ଡା ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ଆଣିଥାଇପାରେ ।ଯେପରିକି ପାଚନ ପ୍ରକ୍ରିୟାରେ ସମସ୍ୟା ଦେଖାଦିଏ । ପ୍ରକୃତରେ ଥଣ୍ଡା ପାଣି ହଜମ କରିବାକୁ ବହୁତ ସମୟ ଲାଗିଥାଏ । ତେଣୁ ଖାଦ୍ୟ ଖାଇବା ସମୟରେ କେବେବି ଥଣ୍ଡା ପାଣି ପିଇବା ଉଚିତ ନୁହେଁ । ବରଫ ପାଣି ପିଇବା ଦ୍ୱାରା ଶରରରେ ପ୍ରଚୁର କଫ ସୃଷ୍ଟି ହୋଇଥାଏ । ଗଳା ଯନ୍ତ୍ରଣା , ଗଳା ଫୁଲିବା, କଫ , ଥଣ୍ଡା ଭଳି ସମସ୍ୟା ସୃଷ୍ଟି କରିଥାଏ । ଯେଉଁମାନଙ୍କ ଶ୍ୱାସକ୍ରିୟାର ସମସ୍ୟା ରହିଛି ସେମାନେ ବରଫ ପାଣି ପିଇବା ଠାରୁ ଦୂରରେ ରହିବା ଉଚିତ । ସୂଯ୍ୟ ଅସ୍ତ ହେବା ପରେ ବା ସନ୍ଧ୍ୟା ବେଳେ ଥଣ୍ଡା ପାଣି ପିଇବା ଦ୍ୱାରା ମୁଣ୍ଡ ବିନ୍ଧା ହୋଇଥାଏ । ଥଣ୍‌ଚା ପାଣି ଅଧିକ ପିଇଲେ ପାଇଲ୍ସ ସୃଷ୍ଟି କରିଥାଏ । ଆପଣ ଜାଣିଲେ ଆଶ୍ଚଯ୍ୟ ହେବେ ବରଫ ପାଣି ପିଇବା ଦ୍ୱାରା ଡିହାଇଡ୍ରେସନ ହୋଇପାରେ । ଏପରି ପରିସ୍ଥିତିରେ ଅଳ୍ପ ପାଣି ପିଇବା ପରେ ମଧ୍ୟ ଆପଣଙ୍କୁ ପାଣି ପିଇବାକୁ ଇଚ୍ଛା ହେବ ନାହିଁ । ଏହା ଯୋଗୁଁ କମ ପାଣି ପିଇବେ । ଯାହା ଶରୀରକୁ ଡିହାଇଡ୍ରେଟ କରିପାରେ ।

Leave a Reply

Your email address will not be published. Required fields are marked *