ଓଡ଼ିଶାରେ ଦୀର୍ଘକାଳୀନ ଭିସାରେ ଅଛନ୍ତି ସେମାନଙ୍କୁ ଭାରତ ଛାଡ଼ିବା ପାଇଁ ୧୨ ପାକିସ୍ତାନୀ । ସେମ ନୋଟିସ ଦେବା ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ସୂଚନା ।
ହମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଭାରତ ଛାଡ଼ିବାକୁ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ସୂଚନା । ଏ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ହନ ମାଝୀ
ଆତଙ୍କବାଦୀ ବିରୋଧୀ କାର୍ଯ୍ୟରେ କେନ୍ଦ୍ରକୁ ସମସ୍ତ ପ୍ରକାର ସହଯୋଗ ରାଜ୍ୟ ପକ୍ଷରୁ ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଅମିତ ଶାହା ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି । ନିଜ ରାଜ୍ୟରେ ଥିବା ପାକିସ୍ତାନୀଙ୍କୁ ଚିହ୍ନଟ କରି ସେମାନଙ୍କୁ ତଡ଼ିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।
୨୭ ତାରିଖରେ ପାକିସ୍ତାନୀ ଭିସା ଅବଧି ସମାପ୍ତ ହେବା ନେଇ କେନ୍ଦ୍ର ସରକାର ଘୋଷଣା କରିଥିଲେ । ଆଉ ମାତ୍ର ୨ ଦିନ ଭିତରେ ପାକିସ୍ତାନୀଙ୍କୁ ଭାରତ ଛାଡ଼ିବାକୁ ପଡ଼ିବ । ଯେଉଁମାନେ ମେଡିକାଲ ଭିସାରେ ଭାରତରେ ଅଛନ୍ତି, ସେମାନଙ୍କ ଭିସା ଅବଧି ୨୯ ତାରିଖରେ ସମାପ୍ତ ହେବ ।