ମହିଳାଙ୍କ କଲ୍ୟାଣ ପାଇଁ ଅନେକ ଗୁଡିଏ ଯୋଜନା କାର୍ଯ୍ୟକାରୀ କରୁଛନ୍ତି କେନ୍ଦ୍ର ସରକାର । ଯେଉଁଥିରେ ମହିଳାମାନେ ସଶକ୍ତ ହେବା ସହିତ ଆତ୍ମନିର୍ଭର ହୋଇପାରୁଛନ୍ତି ।ମହିଳାଙ୍କୁ ଆହୁରି ସଶକ୍ତ କରିବା ପାଇଁ ପୋଷ୍ଟ ଅଫିସ ପକ୍ଷରୁ ନୂଆ ନୂଆ ସ୍କିମ୍ ବି ଘୋଷଣା କରାଯାଉଛି । ମହିଳାଙ୍କୁ ଆତ୍ମନିର୍ଭର କରିବା ପାଇଁ ଏବେ ନୂଆ ଯୋଜନା ଆରମ୍ଭ କରିଛି ପୋଷ୍ଟ ଅଫିସ୍ ।ପୋଷ୍ଟ ଅଫିସ ପକ୍ଷରୁ ମହିଳାଙ୍କ ପାଇଁ ନୂଆ ଯୋଜନା ଆରମ୍ଭ କରାଯାଇଛି । ଯାହାର ନାଁ ହେଉଛି ମହିଳା ସମ୍ମାନ ପ୍ରମାଣପତ୍ର ଯୋଜନା । ଏହି ଯୋଜନାରେ ମହିଳାମାନେ ୨ ବର୍ଷ ପାଇଁ ଟଙ୍କା ନିବେଶ କରିପାରିବେ ।ବଡ କଥା ହେଉଛି ଏହି ଯୋଜନା ଆରମ୍ଭ ହେବା ପରଠାରୁ ବର୍ତ୍ତମାନ ଯାଏଁ ଦେଶବ୍ୟାପୀ ୧୮ଲକ୍ଷରୁ ଉର୍ଦ୍ଧ୍ବ ମହିଳା ଏହି ଯୋଜନାରେ ନିବେଶ କରିସାରିଲେଣି । ଯାହାର ପରିମାଣ ପ୍ରାୟ ୧୧ କୋଟି ଟଙ୍କାରୁ ବି ଅଧିକ ।ଏହି ଯୋଜନାରେ ମହିଳା ମାନେ ଅତି କମ୍ରେ ୧ ହଜାର ଟଙ୍କା ନିବେଶ କରିପାରିବେ । ମହିଳା ସମ୍ମାନ ପ୍ରମାଣପତ୍ର ଯୋଜନାରେ ସର୍ବାଧିକ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିପାରିବେ ।ଯଦି ଏହି ଯୋଜନାରେ ନିବେଶ କରିବାକୁ ଚାହିଁବେ ତେବେ ପ୍ରଥମେ ପୋଷ୍ଟ ଅଫିସ ଯାଇ ଖାତା ଖୋଲିବାକୁ ପଡିବ । ଏହି ଯୋଜନାରେ କେବଳ ମହିଳା ମାନେ ହିଁ ନିବେଶ କରିପାରିବେ । ଏହା ବ୍ୟତିତ ଯୁବତୀମାନେ ବି ଖାତା ଖୋଲିପାରିବେ । ଏଥିପାଇଁ ଅତି କମ୍ରେ ବୟସ ସୀମା ୧୮ ବର୍ଷରୁ ଉର୍ଦ୍ଧ୍ବ ହୋଇଥିବା ଆବଶ୍ୟକ ।କେବଳ ସେତିକି ନୁହେଁ ପୁରୁଷମାନେ ମଧ୍ୟ ନିଜ ପତ୍ନୀଙ୍କ ନାଁ ରେ ଏଠାରେ ନିବେଶ କରିପାରିବେ । କିନ୍ତୁ ନିବେଶ କରିବା ପୂର୍ବରୁ ସମସ୍ତ ଅନେକ ଗୁଡିଏ ଦିଗ ପ୍ରତି ଧ୍ୟାନ ଦେବାକୁ ପଡିବ ।ବଡ କଥା ହେଉଛି ଏହି ଯୋଜନାରେ ନିବେଶ କରିବାର ୧ ବର୍ଷ ପରେ ଖାତାରୁ ଟଙ୍କା ବାହାର କରିପାରିବେ । ଜମା କରିଥିବା ଟଙ୍କାର ୪୦ ପ୍ରତିଶତ ବାହାର କରିପାରିବେ ।୨ ବର୍ଷ ପାଇଁ ନିବେଶ କରିଲେ ମାଚ୍ୟୁରିଟି ପରେ ସୁଧ ବାବଦରୁ ୭.୫ ପ୍ରତିଶତ ଟଙ୍କା ପାଇପାରିବେ । ଏହା ସହିତ ଜମା କରିଥିବା ଟଙ୍କା ବି ମିଳିଯିବ । କିନ୍ତୁ ଯଦି ମାଚ୍ୟୁରିଟି ପୂର୍ବରୁ ଖାତା ବନ୍ଦ କରିବାକୁ ଚାହିଁବେ ତେବେ ୫.୫ ପ୍ରତିଶତ ସୁଧ ମିଳିବ ।ଉଦାହରଣ ସ୍ବରୂପ ଯଦି ପୋଷ୍ଟ ଅଫିସରେ ମହିଳା ସମ୍ମାନ ପ୍ରମାଣପତ୍ର ଯୋଜନାରେ ୨ ବର୍ଷରେ ଦେଢ ଲକ୍ଷ ଟଙ୍କା ନିବେଶ କରନ୍ତି ତେବେ ୭.୫ ପ୍ରତିଶତ ହିସାବରେ ୨ ବର୍ଷରେ ୨୪ ହଜାର ଟଙ୍କା କେବଳ ସୁଧ ଆକାରରେ ମିଳିବ । ମାଚ୍ୟୁରିଟି ପରେ ୧ ଲକ୍ଷ ୨୪ ହଜାର ଟଙ୍କା ମିଳିବ ।ଆଉ ଯଦି ଖାତା ଖୋଲିବା ପରେ ନିବେଶକଙ୍କ କୌଣସି କାରଣରୁ ରୋଗଗ୍ରସ୍ତ ହୋଇଯାଆନ୍ତି କିମ୍ବା ତାଙ୍କର ମୃତ୍ୟୁ ହୋଇଯାଏ ତେବେ ସେ କ୍ଷେତ୍ରରେ ୬ ମାସ ପରେ ଖାତା ବନ୍ଦ କରିପାରିବେ ।