କଟକ ଜିଲ୍ଲା,ବାରଙ୍ଗ ବ୍ଲକ ହରିହନ୍ତା ଗ୍ରାମପଞ୍ଚାୟତର ବାଇଂଲୋ ବଜାରରେ ଜୟ ମହାବୀରଙ୍କ ପୀଠରେ 15 ତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି,ଚାରିଦିନ ଧରି ମହାବୀରଙ୍କ ପୀଠରେ ଭଜନ କୀର୍ତ୍ତନ ହରିବୋଲ ହୁଳହୁଳି ରେ ପ୍ରଙ୍କମ୍ପିତ ହେଉଥିଲା,ଶତାଧିକ ମହିଳା ଓ ପୁରୁଷ ଭକ୍ତ ମାନେ କଳସ ଯାତ୍ରାରେ ଭାଗ ନେଇଥିଲେ,ପୀଠରେ ଅଙ୍କୁରାରୋ ପୋଣ,ସୂର୍ଯ୍ୟପୂଜା,ଗୋପୂଜା କରାଯାଇଥିଲା,ସନ୍ଧ୍ୟା ସମୟରେ ସାଂସ୍କୁତିକ କାର୍ଯ୍ୟକ୍ରମ ଭଜନ ପରିବେଷଣ କରାଯାଇଥିଲା,ମନୋରଞ୍ଜନ ଭିତ୍ତିକ ଯାତ୍ରା ତାରିଣୀ ଗଣନାଟ୍ୟ ତିନି ଦିନ ଧରି ନାଟକ ପରିବେଷଣ କରିଥିଲେ,ମହାବୀରଙ୍କ ବହୁତ ମହିମା, ଯିଏ ଯାହା ମାନସିକ କରିଥାନ୍ତି ତାହା ନିଶ୍ଚୟ ପୂରଣ ହୋଇଥାଏ ବୋଲି ଭକ୍ତମାନଙ୍କ ବିଶ୍ୱାସ ରହିଛି,ପୂର୍ଣ୍ଣାହୁତି ରେ ଆଖପାଖ ଅଞ୍ଚଳର ପ୍ରାୟ ପାଞ୍ଚ ହଜାର ରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହୋଇଥିଲା,ପୀଠରେ ବ୍ୟବସାୟୀ ମାନେ ବିଭିନ୍ନ ପ୍ରକାର ଦୋକାନ ପକାଇଥିଲେ,ଆତସବାଜି ରେ ଏହି ପବିତ୍ର ପୀଠ ପ୍ରଙ୍କମ୍ପିତ ହୋଇଉଠିଥିଲା,ପୂର୍ଣ୍ଣାହୁତି ପରେ ଭକ୍ତମାନେ ଅର୍ନପ୍ରସାଦ ସେବନ କରିଥିଲେ,ହରିହନ୍ତା ଗ୍ରାମପଞ୍ଚାୟତର ଅଧିବାସୀଙ୍କ ସହଯୋଗରେ ଯଂଜ୍ଞ ଅନୁଷ୍ଠାନଟି ସଫଳ ହୋଇଥିଲା,କଟକ ଜିଲ୍ଲା,ବାରଙ୍ଗ ବ୍ଲକରୁ ପ୍ରକାଶ କୁମାର ଭୋଇ