• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ରାଜ୍ୟ ରେ ଆଉ କିଛି ଦିନ ତାଣ୍ଡବ ରଚିବ କାଳବୈଶାଖୀ

ByOdishri Khabar

May 7, 2025
Spread the love

ରାଜ୍ୟରେ ଲାଗି ରହିଛି କାଳବୈଶାଖିର ପ୍ରଭାବ। ଯାହା ଫଳରେ ରାଜ୍ୟରେ ଏବେ ତାତିରୁ ମୁକ୍ତି ମିଳିଛି। ଆଜି ମଧ୍ୟ କାଳବୈଶାଖିର ତାଣ୍ତବ ଦେଖିବାକୁ ମିଳିବ। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୮ ତାରିଖ ଯାଏଁ ରାଜ୍ୟରେ ଏଭଳି କାଳବୈଶାଖି ବର୍ଷା ହେବାର ସମ୍ଭାବନା ରହିଛି। ହେଲେ କିନ୍ତୁ ୨ ଦିନ ପ୍ରବଳ ବର୍ଷା ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ କିଛି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଆଜି ବିଶେଷକରି, ଭଦ୍ରକ, ବାଲେଶ୍ବର, କେନ୍ଦୁଝର, କୋରାପୁଟ୍ , ମାଲକାନଗିରି, ରାୟଗଡା, ଗଂଜାମ , ମୟୂରଭଂଜ, ଜଗତସିଂହପୁର,କଟକ, ଢେଙ୍କାନାଳ, ଯାଜପୁର,ସୁନ୍ଦରଗଡ଼, ଖୋର୍ଦ୍ଧା, ପୁରୀ,ଅନୁଗୋଳ, ଦେବଗଡ଼, ନୟାଗଡ଼, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ବିଜୁଳି ଘଡଘଡି ହେବା ସହ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ଆଉ କେତେକ ସ୍ଥାନରେ କୁଆପଥର ବର୍ଷା ହେବାର ଆଶଙ୍କା ରହିଛି। ବର୍ଷା ସମୟରେ ପବନର ବେଗ ୫୦ ରୁ ୬୦ କିମି ରହିବ। ଗଜପତି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେହିପରି, ଆସନ୍ତାକାଲି, କୋରାପୁଟ୍, ମାଲକାନଗିରି, ଗଜପତି, ନବରଙ୍ଗପୁର ଓ ରାୟଗଡା ଜିଲ୍ଲାରେ ବର୍ଷା ହେବ।ଅନ୍ୟପଟେ, ୮ ତାରିଖରେ ନବରଙ୍ଗପୁର, କଳାହାଣ୍ତି, କୋରାପୁଟ୍, ମାଲକାନଗିରି, ଗଜପତି, ଗଂଜାମ ଓ ରାୟଗଡାରେ ବର୍ଷା ହେବାକୁ ଥିବାବେଳେ ୧୧ ତାରିଖ ଯାଏଁ ରାଜ୍ୟରେ ହାଲୁକା ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରିରେ ସର୍ବାଧିକ ୧୦.୨ ମିମି ବର୍ଷା ରେକର୍ଡ଼ ହୋଇଛି। ସେହିପରି, ଫୁଲବାଣୀରେ ସର୍ବନିମ୍ନ ୧୮.୦ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି।ଆସନ୍ତା ୧୦ ତାରିଖ ଯାଏ ରାଜ୍ୟରେ ବର୍ଷା ହେବ। ସୋମବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଓ ଗଜପତିରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୫୦ରୁ ୬୦ କିମି ବେଗରେ ପବନ ବି ବହିପାରେ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି ।

Leave a Reply

Your email address will not be published. Required fields are marked *