• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଯୁଦ୍ଧ ପରେ ପୁଣି ଆରମ୍ଭ ଆଇପିଏଲ ମୁହାଁମୁହିଁ ହେବେ

ByOdishri Khabar

May 17, 2025
Spread the love

ଆଜିଠୁ ପୁଣି ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (IPL) । ଭାରତ ଓ ପାକିସ୍ତାନ ମଧ୍ୟରେ ସଂଘର୍ଷ ଏବଂ ତିକ୍ତତା କାରଣରୁ ଅଧାରୁ ବନ୍ଦ କରାଯାଇଥିଲା ଆଇପିଏଲ । ଏପରିକି ଗୋଟିଏ ମ୍ୟାଚ୍‌ ଚାଲିଥିବା ବେଳେ ଅଧାରୁ ତାହାକୁ ବନ୍ଦ କରାଯାଇଥିଲା । କିନ୍ତୁ ଏବେ ସ୍ଥିତି ଶାନ୍ତ ପଡିଥିବାରୁ ପୁଣି ଆରମ୍ଭ ହେବାକୁ ଯାଉଛି ଆଇପିଏଲ ।ଆଜି ଠାରୁ ଆଇପିଏଲର ବାକିଥିବା ମ୍ୟାଚ୍‌ ଖେଳାଯିବ । ସନ୍ଧ୍ୟାରେ ବେଙ୍ଗାଲୁରରେ ଖେଳାଯିବ ମ୍ୟାଚ୍ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏବଂ କୋଲକାତା ନାଇଟ୍‌ ରାଇଡର୍ସ (KKR) ମଧ୍ୟରେ ଖେଳାଯିବ ମୁକାବିଲା । ଭାରତ-ପାକିସ୍ତାନ ସଂଘର୍ଷ ଭିତରେ ବନ୍ଦ ହୋଇଥିଲା ମ୍ୟାଚ୍ । ୮ ତାରିଖରେ ଅଧାରେ ବନ୍ଦ ରହିଥିଲା ପଞ୍ଜାବ-ଦିଲ୍ଲୀ ମ୍ୟାଚ୍ । ଏବେ ପୁଣି ଖେଳାଯିବ ବାକି ମ୍ୟାଚ୍‌ । ଦେଶର ମୋଟ ୬ଟି ଭେନ୍ୟୁରେ ୧୭ଟି ମୁକାବିଲା ଖେଳାଯିବ । ଜୁନ୍ ୩ ତାରିଖରେ ଖେଳାଯିବ ଫାଇନାଲ ମୁକାବିଲା ।

Leave a Reply

Your email address will not be published. Required fields are marked *