• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ପ୍ରେମ ପାଇଁ ପାକିସ୍ତାନ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ପ୍ରେମ ଏମିତି ଏକ ସମ୍ପର୍କ ଯାହା କେତେବେଳେ ଯେ କାହା ସହ ହୁଏ ତାହା କଳ୍ପନା କରି ହୁଏନା । ଆଉ ସେ ପ୍ରେମ ଯେ ଜୀବନର ରାସ୍ତାକୁ ବଦଳାଇ ଦିଏ ତାହା ବି ଜାଣି ହୁଏ ନାହିଁ । କିଏ କିଏ ସେଇ ପ୍ରେମ ପାଇଁ ନିଜକୁ ଗଢି ତୋଳି ଦିଏ ତ ଆଉ କିଏ କିଏ ସେଇ ପ୍ରେମ ପାଇଁ ନିଜକୁ ବରବାଦ କରି ଦିଏ । କାହିଁକି ନା କୁଆଡେ ପ୍ରେମ ନିଷ୍ପାପ ପ୍ରେମ ଅନ୍ଧ । ସେଥିପାଇଁ ତ ପ୍ରେମରେ ପଡିଲା ପରେ ମଣିଷ ସବୁ କିଛି ଭୁଲି ଯାଏ । ନା ସେ ବୁଝି ପାରେ ପ୍ରେମରେ ଥିବା ପ୍ରତ୍ୟେକ ପ୍ରତିବନ୍ଧକ ର ସୀମା ନା ସେ ସହି ପାରେ ନିଜ ମନର ବେଦନା । ଆଉ ଯେଉଁଥିପାଇଁ କିଏ କିଏ କିଛି ବୁଝି ବିଚାର ନ କରି ମନ ଇଚ୍ଛା ପାଇଁ ନିଜକୁ ବିପଦରେ ବି ପକାଇ ଦିଏ । ଠିକ୍ ଯେମିତି ବାଦଲ । ପରବର୍ତ୍ତୀ ଅବସ୍ଥାକୁ ବିଚାର ନକରି ଦେଇଁ ପଡିଥିଲେ ନିଜ ପ୍ରେମକୁ ପାଇବା ପାଇଁ । କିନ୍ତୁ ତାଙ୍କର ଏଭଳି କାର୍ଯ୍ୟ ପାଇଁ ସେ କେତେ ବଡ ବିପଦରେ ପଡିଯିବେ ସେ ନିଜେ ଜାଣି ନଥିଲେ । ହଁ ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଜାଣନ୍ତି ଗତ କିଛି ଦିନ ତଳେ ପାକିସ୍ଥାନ ଝିଅ ସୀମା ହେଦର ଓ ଭାରତର ପୁଅ ସଚିନ ଅନଲାଇନ ଗେମ ଖେଳୀ ପ୍ରେମରେ ପଡି ଯାଇଥିଲେ । ଆଉ ସଚିନ୍ କୁ ପାଇବା ପାଇଁ ସୀମା ସାତ ସମୁଦ୍ର ପାର କରି ଚାଲି ଆସିଥିଲେ ଭାରତ । ଏହା ପରେ ତାଙ୍କଠାରୁ ପ୍ରୋତ୍ସାହନ ପାଇ ଅନେକ ପ୍ରେମୀ ଯୁଗଳ ପ୍ରେମକୁ ପାଇବା ପାଇଁ କେତେ ଯେ କଣ କରି ଦେଇଥିଲେ । ଏବେ ସୀମା ପରେ ଭାରତର ପୁଅ ବାଦଲ ସୀମା ଡେଇଁ ପହଞ୍ଚି ଯାଇଛନ୍ତି ପାକିସ୍ଥାନରେ । ଯାହାଫଳରେ ତାଙ୍କୁ ଥାନାରେ ଭର୍ତ୍ତୀ କରାଯାଇଛି । ସୂଚନା ଅନୁସାରେ ପ୍ରେମ ପାଇଁ ଏଲଓସି ଡେଇଁଲେ ୟୁପି ଯୁବକ । ପାକିସ୍ତାନୀ ମହିଳାଙ୍କ ସହ ଅନଲାଇନରେ ବନ୍ଧୁତା ପରେ ବାହା ହେବା ନିଶାରେ ଭାରତରୁ ପାକିସ୍ତାନ ପଳାଇଲେ ଉତ୍ତରପ୍ରଦେଶର ଯୁବକ । ହେଲେ ସୀମା ଡେଇଁବା ତାଙ୍କୁ ମହଙ୍ଗା ପଡ଼ିଛି । ଭାରତର ୩୦ ବର୍ଷୀୟ ଯୁବକଙ୍କୁ ବାହାଘର ନିଶା ପାକିସ୍ତାନରେ ଜେଲରେ ପୂରାଇ ଦେଇଛି । ସବୁଠାରୁ ବଡ କଥା ହେଲା, ଯେଉଁ ଅନଲାଇନ ବନ୍ଧୁଙ୍କୁ ବାହା ହେବାକୁ ଯୁବକ ଜଣଙ୍କ ଏତେ ରିସ୍କ ନେଇଥିଲେ, ସେ ନିଜେ ହିଁ ତାଙ୍କ ବାହାଘର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି । ତେବେ ଉତ୍ତର ପ୍ରଦେଶର ଆଲିଗଡ଼ ଜିଲ୍ଲାର ୩୦ ବର୍ଷୀୟ ବାଦଲ ବାବୁଙ୍କୁ ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ମଣ୍ଡି ବାହାଉଦ୍ଦିନ ଜିଲ୍ଲା ପୁଲିସ୍‌ ଗିରଫ କରିଛି । ବାବୁ ଗିରଫ ହେବା ପରେ ତାଙ୍କ ପ୍ରେମ କାହାଣୀ ପୁଲିସକୁ କହିଥିଲେ । ହେଲେ ବେଆଇନ ଭାବେ ସେ ପାକିସ୍ତାନରେ ପ୍ରବେଶ କରିଥିବାରୁ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ତାଙ୍କୁ ଜାନୁଆରୀ ୧୦ ଯାଏ ପୁଲିସ୍‌ ହେପାଜତକୁ ପଠାଇ ଦେଇଛନ୍ତି । ତେବେ ଏହି ପ୍ରେମ ଯେ ତାଙ୍କ ସହ ଛଳନା ଥିଲା ମାତ୍ର ସେ ଜାଣଇ ନଥିଲେ । ଯାହା ଫଳରେ ତାଙ୍କୁ ଆଜି ଏଭଳି ଅବସ୍ଥା ଦେଖିବାକୁ ପଡିଛି । ଏବେ ଦେଖିବାକୁ ବାକି ରହିଲା କେବେ ଭାରତକୁ ଫେରୁଛନ୍ତି ବାଦଲ ।

Leave a Reply

Your email address will not be published. Required fields are marked *