• Sat. Apr 18th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ

ByOdishri Khabar

May 23, 2025
Spread the love

ସୋର ପୁଲିସର ନିଷ୍କ୍ରିୟତା ପାଇଁ ଦିନକୁ ଦିନ ସୋର ଅଂଚଳରେ ଅପରାଧୀଙ୍କ ଆଧିପତ୍ୟ ବଢ଼ିବାରେ ଲାଗିଛି। ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଭୁଜାଲି ଓ ବନ୍ଧୁକ ମୁନରେ ବାରମ୍ବାର ଲୁଟ ହେଉଥିଲେ ବି ପୁଲିସର ହାତ ଖାଲି। ସୋର ଅଂଚଳ ରେ ଚୁରୀ ଡକାୟତି ଏକ ଦୈନିକ ଘଟଣା ହୋଇ ଗଲାଣି ପଶ୍ଚିମ ଆକାଶ ରେ ସୂର୍ଯ୍ୟ ଅସ୍ତ ହୋଇ ଗଲେ ସୋର ନିର୍ବାଚନ ମଣ୍ଡଳୀ ର ଲୋକ ମାନଙ୍କ ମଧ୍ୟରେ ଏକ ପ୍ରକାର କକୁଆ ଭୟ ଦେଖା ଦେଲାଣି l ରାତି ତ ରାତି ଦିନ ଦିପହରେ ସୂର୍ଯ୍ୟ ଆଲୋକ ରେ ମଧ୍ୟ ଚାଲିଛି ଚୁରୀ ଡକାୟତି ଛିନିତାଇ ଭଳି ଅପରାଧ ପରେ ଅପରାଧ l କାହିଁକି ଏଭଳି ଘଟଣା ଘଟୁଛି ବାରମ୍ବାର ସୋର ଏରିଆ ରେ ? ଏଠି ପୋଲିସ ପ୍ରଶାସନ କିଛି ଜାଣି ପାରୁନି l ନା ସବୁ ଜାଣି ଶୁଣି ଚେଇଁ ସୁଇଛି ? ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ସାତ ଜଣ ଦୁର୍ବୁର୍ତ ମୁହଁରେ କଳା ମୁଖା ପିନ୍ଧି ସୋର ଥାନା ତେଣ୍ଟେଇ ପଞ୍ଚାୟତ ଦୟାନିଧିପୂର ଗ୍ରାମର ରବୀନ୍ଦ୍ର ନାୟକଙ୍କ ଘରକୁ ପଶିଥିଲେ।ଏହି ସମୟରେ ଚୋର ମାନେ ଘରେ ପଶିବା ପୂର୍ବରୁ ରବୀନ୍ଦ୍ର ଙ୍କ ମା ଜାଣିପାରି ପୁଅକୁ ଫୋନ ଯୋଗେ ଜଣାଇଥିଲେ। ରବୀନ୍ଦ୍ର ନାୟକ ପଡୋଶୀ ମଳୟ ରାଉତ ଫୋନ ଯୋଗେ ଜଣାଇବା ସମୟରେ ଚୋରମାନେ ଘରର କବାଟ ଭାଙ୍ଗି ଘର ଭିତରକୁ ପଶିବା ସହିତ ପରିବାରର ସମସ୍ତ ୫ଜଣଙ୍କୁ ଘରର ସ୍କ୍ରିନ ଚିରି ହାତ ଗୋଡ଼କୁ ବାନ୍ଧି ମାଡ଼ ମାରିଥିଲେ। ପରେ ଘରୁ ୧୦ ଲକ୍ଷରୁ ଅଧିକ ଟଙ୍କାର ଗହଣା ଓ ନଗଦ ୫୦ ହଜାର ଟଙ୍କା ଲୁଟିଥିଲେ। ଏହି ସମୟରେ ପଡୋଶୀ ବଳରାମ ରାଉତ ଓ ପ୍ରଶାନ୍ତ ରାଉତ ଆସିବାରୁ ଦୁର୍ବୁର୍ତ ମାନେ ଘରର ପଟିକ ପାଖରୁ ଥାଇ ସେମାନଙ୍କୁ ଗୁଳି ମାରିଥିଲେ । ଫଳରେ ବଳରାମଙ୍କ ଛାତିରେ ଗୁଳିବାଜିବା ସହିତ ସେ ଗୁରୁତର ଆହତ ହୋଇଥିଲେ। ଗୁଳି ଫୁଟିବା ପରେ ଅନ୍ୟ ପଡୋଶୀ ମାନେ ଆସିବାକୁ ସାହସ କରିନଥିଲେ। ଏହି ସମୟରେ ଦୁର୍ବୁର୍ତ ମାନେ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଚିକିତ୍ସାପରେ ଅବସ୍ଥା ଗୁରୁତର ଥିବାରୁ ରୋହିତ ନାୟକ,ରବୀନ୍ଦ୍ର ନାୟକ ଓ ବଳରାମ ରାଉତଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ସୋର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *