• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ବାଲି ଚୋରାଚାଲାଣ ଉପରେ ସରକାରଙ୍କ ଦୃଷ୍ଟି ପଡିବ କେବେ

ByOdishri Khabar

Jun 13, 2025
Spread the love

ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ତହସିଲ ଓ ବୀରମିତ୍ରପୁର ତହସିଲ ଅଧୀନରେ ଥିବା ଲଷ୍ମୀପୋଷ ଉଚ୍ଚ ବିଦ୍ୟାଳୟ ନିକଟରେ ହଜାର ହଜାର ଟ୍ରିପ ବାଲି ଗଦା ହୋଇଥିବା ବେଳେ ସଲଙ୍ଗା ବାହାଲ ଓ ଦଲକି ପଞ୍ଚାୟତ ଗ୍ରାମର ବାଲି ଘାଟରୁ ବେଆଇନ ଭାବେ ଦିନ ରାତି ବାଲି ଚୋରା ଚାଲାଣ ହେଉଥିବା ବେଳେ ପ୍ରଶାସନର ନିଦ ଭାଙ୍ଗିବ କେବେ? ଉକ୍ତ ବାଲି ଘାଟରୁ ହଜାର ହଜାର ଟ୍ରକ ବାଲି ବେଧଡ଼କ ଚାଲାଣ ହେଉଛି l ଏହି ଘାଟ ମାନଙ୍କରୁ ଦିନ ରାତି ବାଲି ଚୋରି ହେଉଛି l ତେବେ ଏତେ ପରିମାଣରେ ବାଲି ଘାଟରୁ ଦଲାଲ ମାନେ ଚୋରି କରୁଛନ୍ତି ଟ୍ରାକ୍ଟର ଓ ହାଇୱା ସାହାଯ୍ୟରେ ଲଷ୍ମୀପୋଷ ନଦୀରୁ l ବିହାବନ୍ଦ ରାଜଗାଙ୍ଗପୁର ଝାରଖଣ୍ଡ ବୀରମିତ୍ରପୁର ସଲଙ୍ଗା ବାହାଲ ପଞ୍ଚାୟେତ ଭେଷଲା ବାଡ଼ି ରାସ୍ତାରୁ ଓ ଅନ୍ୟପଟେ ଦଲକିରୁ ହଜାର ହଜାର ଟ୍ରିପ ଷ୍ଟକ କରି ବାଲି ଚୋରି କରି ବାହାରକୁ ପଠା ଯାଉଥିବା ପରିଲକ୍ଷିତ ହୋଇଛି l ତେବେ ଜଣା ପଡୁଛି ଠିକ ସମୟରେ ପେଟ୍ରୋଲିଙ୍ଗ ବ୍ୟବସ୍ତା କଡା କଡୀ ଭାବେ ହେଉ ନାହିଁ । ଏଥିରେ ତହସିଲଦାର ଓ ମାଇଂନିଙ୍ଗ ବିଭାଗ ବାଲି ମାଫିଆଙ୍କ ସହ ରାଧେ ରାଧେରେ ସାମିଲ ହୋଇଥିବା ଜଣା ପଡୁଛି l ହଁ ଦର୍ଶକ ବନ୍ଧୁ ଟିକେ ଭଲ ଭାବରେ ନଜର ପକାନ୍ତୁ ଶଙ୍ଖ ନଦୀ ଉପରେ କେମିତି ହାଇୱା ଓ ଟ୍ରାକ୍ଟର ସାହାଯ୍ୟରେ ବାଲି ଉତ୍ତୋଳନ ହେଉଥିବା ଦୃଶ୍ୟ l ପୋଲିଶ ଓ ପ୍ରଶାସନ ନଜରକୁ କେମିତି ଆସୁନି ତାହା ପ୍ରଶବାଚୀ ସୃଷ୍ଟି କରୁଛି l ଯାହା ଫଳରେ ବାଲି ମାଫିଆ ମାନେ ବେଧଡ଼କ କାରବାର କରୁଥିବା ଜଣାପଡୁଛି l ଉକ୍ତ ସ୍ଥାନରେ କୁତ୍ରା ବ୍ଲକ କାର୍ଯାଳୟରୁ କେହିଜଣେ ଆର ଆଇ ଘାଟରେ ଦାୟିତରେ ଥିବେ ନିଶ୍ଚିତ l ତେବେ ଜାଣି ଶୁଣି ଦାୟିତ୍ୱରେ ଥିବା ଆରଆଇ ଏସବୁ କାରବାର ପାଇଁ ସହଯୋଗ କରୁଛି lଏହା ଉପରେ ରାଜ୍ୟ ଲଘୁ ଖଣି ବିଭାଗ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି।

Leave a Reply

Your email address will not be published. Required fields are marked *