• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଗରିବ ଓ ବୃଦ୍ଧାବୃଦ୍ଧଙ୍କ ପାଇଁ ଆସିଛି ଖୁସି ଖବର

ByOdishri Khabar

Jul 21, 2025
Spread the love

ଗରିବ ଓ ବୃଦ୍ଧାବୃଦ୍ଧଙ୍କ ପାଇଁ ଆସିଛି ଖୁସି ଖବର। ରାଜ୍ୟର ୧ କୋଟି ୧୧ ଲକ୍ଷ ହିତାଧିକାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଣିଛନ୍ତି ବଡ଼ ସହାୟତା। ଏବେ ରାଜ୍ୟର ଗରିବ, ବୃଦ୍ଧାବୃଦ୍ଧ ଏବଂ ଦିବ୍ୟାଙ୍ଗ ଲୋକମାନେ ପ୍ରତିମାସ ୪୦୦ ଟଙ୍କା ବଦଳରେ ୧୧୦୦ ଟଙ୍କା ପେନସନ ରାଶି ପାଇବେ।
ସାମାଜିକ ସୁରକ୍ଷା ପେନସନ ଯୋଜନା ଅଧୀନରେ ଏହି ରାଶି ଡିବିଟି ମାଧ୍ୟମରେ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଉଛି। ଏହି ଯୋଜନାରେ ୧୨୨୭ କୋଟି ଟଙ୍କା ସ୍ଥାନାନ୍ତର କରାଯାଇଛି। ପ୍ରତି ମାସର ୧୦ ତାରିଖରେ ଏହି ରାଶି ଦେଖିବାକୁ ମିଳିବ।
ନୀତିଶ କୁମାର କହିଛନ୍ତି ଯେ ଏହି ଲାଭ ୬୦ ବର୍ଷ ବୟସ ଥିବା ପୁରୁଷ ଓ ମହିଳା ମାନେ ଏବଂ ଦିବ୍ୟାଙ୍ଗ ଲୋକମାନେ ଉଭୟ ପାଇବେ। ବିଧବା ମହିଳାମାନେ ମଧ୍ୟ ଏହି ଯୋଜନା ଅଧିନରେ ପ୍ରତିମାସ ୧୧୦୦ ଟଙ୍କା ପାଇଅଛନ୍ତି।
ମୁଖ୍ୟ ବିଭାଗ ଅନୁସାରେ ଲାଭ ପାଉଥିବା ଲୋକମାନେ:
ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ପେନସନ – ୩୫.୫୭ ଲକ୍ଷ ଲୋକ
ଲକ୍ଷ୍ମୀବାଇ ସାମାଜିକ ସୁରକ୍ଷା ପେନସନ – ୮.୬୪ ଲକ୍ଷ
ବିହାର ବିକଳାଙ୍ଗ ପେନସନ – ୯.୬୫ ଲକ୍ଷ
ଇନ୍ଦିରା ଗାନ୍ଧୀ ବିଧବା ପେନସନ – ୬.୩୨ ଲକ୍ଷ
ଦିବ୍ୟାଙ୍ଗ ପେନସନ – ୧.୧୦ ଲକ୍ଷ
ମୁଖ୍ୟମନ୍ତ୍ରୀ ବାର୍ଦ୍ଧକ୍ୟ ପେନସନ – ୪୯.୮୯ ଲକ୍ଷ
ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି— ଏହା ଆଜିଠାରୁ ଆରମ୍ଭ। କୋଟି କୋଟି ଲୋକ ଏହି ଯୋଜନାର ଲାଭ ଉଠିପାରିବେ।

Leave a Reply

Your email address will not be published. Required fields are marked *