• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ପ୍ରଧାନମନ୍ତ୍ରୀ ଫସଲବୀମା କର୍ମଶାଳା (ଫୁଲନଖରା )

ByOdishri Khabar

Jul 21, 2025
Spread the love

ସଦର ଥାନା ଅନ୍ତର୍ଗତ ନଗରୀ ଗ୍ରାମପଂଚାୟତ ଖଣ୍ଡାଗର ଗ୍ରାମରେ ଭି.ଏଲେ.ଇ ଶଶୀଭୁଷଣ ଦାଶଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ନିମନ୍ତେ ଏକ ସ୍ୱତନ୍ତ୍ର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି,ଉକ୍ତ କାର୍ଯ୍ୟକ୍ରମ ଟିକୁ ନଗରୀ ଗ୍ରାମ ପଞ୍ଚାୟତ ସରପଞ୍ଚ ନରୋତ୍ତମ ଦାଶ ଉଦଘାଟନ କରିଥିବାବେଳେ ସମିତିସଭ୍ୟ କୃଷ୍ଣଚନ୍ଦ୍ର ମଲ୍ଲିକ ଯୋଗ ଦେଇଥିଲେ,ଅନ୍ୟମାନଙ୍କ ମଧ୍ୟରେ ଅଶୋକ କୁମାର ରଥ,ନଳିନୀକାନ୍ତ ପଟ୍ଟନାୟକ,ବିପ୍ଳବ ଯାଦବ,ପ୍ରଣବ ପଟ୍ଟନାୟକ,ଗ୍ରାମର 2 ଟି ୱାର୍ଡର ୱାର୍ଡମେମ୍ବର ଉପସ୍ଥିତ ରହି ଚାଷୀମାନଙ୍କୁ ଯୋଜନା ବିଷୟରେ ଅବଗତ କରାଇଥିଲେ,ପ୍ଲଟ ପିଛା ମାତ୍ର ଏକ ଟଙ୍କା ଦେୟରେ କ୍ଷୁଦ୍ରଚାଷୀ,ମଧ୍ୟମଚାଷୀ,ଭାଗଚାଷୀ ନିଜର ଜମିକୁ ବୀମାଭୁକ୍ତ କରିପାରିବେ ବୋଲି ଭି.ଏଲେ.ଇ ଶଶୀଭୁଷଣ ଦାଶ ପରିପ୍ରକାଶ କରିଥିଲେ,ନଗରୀ ଗ୍ରାମପଞ୍ଚାୟତରେ ଥିବା ସମସ୍ତ 8 ଗୋଟି ଗ୍ରାମରେ ଏହିପରି ଭାବରେ କର୍ମଶାଳା କରାଯାଇ ଚାଷୀମାନଙ୍କ ଚାଷଜମିକୁ ବୀମାଭୁକ୍ତ କରାଯିବ ବୋଲି ସରପଞ୍ଚ ନରୋତ୍ତମ ଦାଶ ମତପ୍ରକାଶ କରିଥିଲେ,ଉକ୍ତ କର୍ମଶାଳାକୁ କୃଷକସାଥୀ ପ୍ରକାଶ ଚନ୍ଦ୍ର ପାତ୍ର,ଭି.ଏଲେ.ଇ ଅପରେଟର ସୋମ୍ୟରଞ୍ଜନ ମହାରଣା,ବିଷ୍ଣୁପ୍ରିୟା ଓଝା ସଂଚାଳନ କରିଥିଲେ

Leave a Reply

Your email address will not be published. Required fields are marked *