• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ସୋନପୁର ଦେଇ ଗଞ୍ଜେଇ ଚୋରା ଚାଲାଣ

ByOdishri Khabar

Jul 23, 2025
Spread the love

ସୋନପୁର ସହର ଦେଇ ଗଞ୍ଜେଇ ଚୋରା ଚାଲାଣ ହେଉଛି ଓ ଅନେକ ସ୍ଥାନ ରେ ମଦ ବିକ୍ରି ହେଉଥିବା ଖବର ସୋନପୁର ଜନ ସାଧାରଣ ଙ୍କୁ ବ୍ୟଥିତ କରିଛି । ପୋଲିସ ବିଭାଗ କିଛି ମାତ୍ରା ରେ ଧରିବାରେ ସକ୍ଷମ ମାତ୍ର ଅବକାରୀ ବିଭାଗ ଜାଣି ଚୁପ୍ ହୋଇ ଯାଇଥିବା ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ଚାଲିଛି । ଚଳିତ ବର୍ଷ ଜିଲ୍ଲାରୁ ଯେତିକି ଗଞ୍ଜେଇ ଧରାପଡିଛି ତାହାର ସିଂହ ଭାଗ ପୁଲିସ ବିଭାଗ ଧରିଛି | ବୌଦ୍ଧ ଜିଲ୍ଲା ରୁ ବିଭିନ୍ନ ବ୍ଲକ୍ ରୁ ସୋନପୁର ଦେଇ ପ୍ରତିଦିନ ଗଞ୍ଜେଇ ଚାଲାଣ ହେଉଥିବା କଥା ନିଜେ ଅବକାରୀ ଅଧିକ୍ଷକ ଗଣ ମାଧ୍ୟମ ସମ୍ମୁଖ ରେ ପ୍ରତିକ୍ରିୟା ରଖିଥିବା ବେଳେ ରାସ୍ତା ପ୍ରଶସ୍ତ ଥିବା ଓ ଅବକାରୀ କର୍ମଚାରୀ କମ୍ ଥିବା ଆଳ ଦେଖେଇ ଧରି ପାରୁ ନ ଥିବା ଖୋଦ୍ ଅବକାରୀ ଅଧିକ୍ଷକ ଶ୍ରୀ ସାମଲ ଗଣ ମାଧ୍ୟମ ରେ ପ୍ରତିକ୍ରିୟା ରଖିଛନ୍ତି। ସହର ମଧ୍ୟ ରେ ପ୍ରାୟେ ସମସ୍ତ ଛକ ରେ ମଦ ବିକ୍ରି ହେଉଥିବାରୁ ସହର ରେ ଏବେ ଚୋରି, ଡକାୟତି, ବାଇକ୍ ଚୋରି, ଡିକି ଭାଙ୍ଗି ଲୁଟ୍, ମାର ପିଟ ବଢ଼ି ଯାଇଥବାରୁ ପରୋକ୍ଷରେ ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗ ର ବିଫଳତା ସୋନପୁର ଜନ ସାଧାରଣ ରେ ଚର୍ଚ୍ଚା ଚାଲିଛି ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସଚିକାନ୍ତ ସୁନା ଙ୍କ ରିପୋର୍ଟ l

Leave a Reply

Your email address will not be published. Required fields are marked *