ଆସନ୍ତା ମାସ ଅଗଷ୍ଟ ୧୧ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ୍ ଠାରେ ଅଗ୍ନିବୀର ସେନା ବାହିନୀ ନିଯୁକ୍ତି ନିମନ୍ତେ ଚୟନ ପରୀକ୍ଷା ଅନୁଷ୍ଠିତ ହେବ । ଏଥି ସକାଶେ ଆଜି ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଶେଷ ଚୂଡାନ୍ତ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସଭାଗୃହ ପ୍ରକୋଷ୍ଠ ଠାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ମିଲିଟାରୀ ବିଭାଗୀୟ ଚୟନ ଅଧିକାରୀ ପୂର୍ବ ପ୍ରସ୍ତୁତି ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତ ପ୍ରକାରେ କେଉଁ ସବୁ ବ୍ୟବସ୍ଥା କରାଯିବ ସେସମ୍ପର୍କରେ ସବିଶେଷ ମତ ରଖୁଥିଲେ । ଅଗ୍ନିବୀର ସେନାବାହିନୀରେ ଭର୍ତ୍ତି ହେବା ନିମନ୍ତେ ୧୦ଟି ଜିଲ୍ଲାର ପଞ୍ଜିକରଣ କରିଥିବା ପ୍ରାର୍ଥୀ ମାନଙ୍କର ଶାରୀରିକ ଚୟନ ପରୀକ୍ଷା ଅନୁଷ୍ଠିତ ହେବ । ୬ ଦିନ ଧରି ଚାଲିବାକୁ ଥିବା ଏହି ଚୟନ ପ୍ରକ୍ରିୟା ସକାଶେ ଚୟନ ପତିଆ ସଫେଇ ଓ ପ୍ରସ୍ତୁତି, ଜଳଯୋଗାଣ, ଚିକିତ୍ସା ବ୍ୟବସ୍ଥା, ସ୍ବଚ୍ଛ ପରିମଳ ବ୍ୟବସ୍ଥା, ଷ୍ଟାଫ୍ ମୁତୟନ, ପ୍ରତିଯୋଗୀଙ୍କ ସକାଶେ ଖାଦ୍ୟପେୟ ବ୍ୟବସ୍ଥା, ଆମ୍ବୁଲାନ୍ସ ସେବା, ବାରିକେଡ୍ ବ୍ୟବସ୍ଥା, ଆଇନ୍ମୁଙ୍ଖଳା ପରିସ୍ଥିତି, ବିଦ୍ୟୁତ୍ ଯୋଗାଣ, ଡାକବାଜି ଯନ୍ତ୍ର ବ୍ୟବସ୍ଥା, ଚୟନ ପରୀକ୍ଷାରେ ଅଂଶ ଗ୍ରହଣ କରିବାକୁ ଥିବା ପ୍ରତିଯୋଗୀଙ୍କ ଯାତାୟତ ବାବଦକୁ ବସ୍ ଯୋଗାଣ, ଅଗ୍ନିଶମ ସେବା ବ୍ୟବସ୍ଥା ଇତ୍ୟାଦି ସମସ୍ତ ବ୍ୟବସ୍ଥା ସମ୍ପର୍କରେ ସୁବିସ୍ତୃତ ଆଲୋଚନା ହୋଇଯାଇଛି । ପ୍ରାର୍ଥୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେଥିପ୍ରତି ପ୍ରାଥମିକତା ଦିଆଯିବ । ଏହା ଏକ ଜାତୀୟ ସ୍ତରୀୟ ଆର୍ମିଚୟନ ପରୀକ୍ଷା ହୋଇଥିବା ହେତୁ ସମସ୍ତ ପରିଚାଳନା ଯେପରି ସଠିକ୍ ହେବ ସେଥ୍ ସକାଶେ ଉପସ୍ଥିତ ସମସ୍ତ ଅଧିକାରୀ ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପୃଷ୍ଟି ନିର୍ଦ୍ଦେଶ ଦେଇ ଟୟନ ପ୍ରକ୍ରିୟା ଯେପରି ଶାନ୍ତି ଶୃଙ୍ଖଳାର ସହ ସମାପନ ହେବ ସେଥ୍ ସକାଶେ ଆଶା ପ୍ରକଟ କରିଥିଲେ ।
ବୈଠକରେ ଉପନିର୍ଦ୍ଦେଶକ, ସ୍ମିଲ ଡେଭଲପମେଣ୍ଟ ଅଫିସର ଫାଲଗୁନୀ ସହାୟ ନାୟକ, ସ୍କିଲ ଡେଭଲପମେଣ୍ଟ ଅଫିସର ଅର୍ପିତା ପ୍ରିୟଦର୍ଶନୀ, ମ୍ୟାନେଜର ୱାଟକୋ, ବ୍ରହ୍ମପୁର ପ୍ରଦୀପ କୁମାର ପଟ୍ଟନାୟକ, ଜିଲ୍ଲା ପ୍ରକଳ୍ପ ଶିକ୍ଷାକାରୀ ଭାଗିରଥୀ ସ୍ବାଇଁ, ଜିଲ୍ଲା କ୍ରୀଡା ଅଧିକାରୀ ସନ୍ତୋଷ କୁମାର ମିଶ୍ର, ସହକାରୀ ଆଞ୍ଚଳିକ ପରିବହନ ଅଧିକାରୀ ସୌମ୍ୟ ପ୍ରକାଶ ଭୋଇ, ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକା, ଜିଲ୍ଲା ଅଗ୍ନିଶମ ଅଧିକାରୀ ଠାକୁର ପ୍ରସାଦ ଦଲାଇ, ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ଦାଶ, ଡେପୁଟି କଲୋକ୍ଟର ସୁଚିସ୍ମିତା ପାଣି, ଡେପୁଟି କଲେକ୍ଟର କସ୍ତୁରୀ ସ୍ବାଇଁ, ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ଏବଂ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।